ଆସିକା,୨୪/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକାର ରୋମାନ କ୍ୟାଥୋଲିକ ଚର୍ଚ୍ଚ ଉତ୍ସବ ମୁଖର ହୋଇପଡିଛି । କେବଳ ଖ୍ରୀଷ୍ଟିୟ ସମ୍ପ୍ରଦାୟ ନୁହଁନ୍ତି, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଛନ୍ତି ଏହି ପର୍ବରେ । ଉଜ୍ଜଳ ରଙ୍ଗିନ ଆଲୋକ ମାଳାରେ ଚର୍ଚ୍ଚକୁ ସୁସଜ୍ଜିତ କରାଯାଇଛି । ଆରମ୍ଭ ହୋଇଛି ମଧ୍ୟ ରାତିର ପ୍ରାର୍ଥନା ସଭା । କ୍ଷମା ଓ କରୁଣାର ପ୍ରତୀକ ଯୀଶୁ ଆଗମନ ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ଚର୍ଚ୍ଚ ଝଲସୁଛି । ଘରେ ଘରେ ଆଖି ଝଲସା ଭଳି ଖ୍ରୀଷ୍ଟମାସ ଟ୍ରି ଠାରୁ ଆରମ୍ଭ କରି ସାନ୍ତା କ୍ଲଜ,ବେଲ,ବଲ ଓ ତାରାର ଦୃଶ୍ୟ ଦେଖିବାକୁ ମିଳିଛି । ଚର୍ଚ୍ଚରେ ମଙ୍ଗଳବାର ମଧ୍ୟରାତିରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଛି । ଆସିକା ସହରର ରୋମାନ କ୍ୟାଥୋଲିକ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ଉପାସନା ପାଇଁ ବ୍ୟବସ୍ଥା ହୋଇଛି । ପ୍ରଭୁଙ୍କ ନିିତୀବାଣି ଓ ପ୍ରାର୍ଥନା କରିବାକୁ ଉପାସକ ମାନେ ପ୍ରସ୍ତୁତ ହୋଇପଡିଛନ୍ତି ।

ବଡଦିନ ପାଇଁ ଶୋଭାଯାତ୍ରା, ସାହି ପରିକ୍ରମା, ପ୍ରାତଃ ସଙ୍ଗୀତ,କ୍ୟାରୋଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ବଡଦିନ ପାଇଁ ମିଷ୍ଟାନ ଓ କେକ ସହ ଚକୋଲେଟ ବଟଂନ କରାଯାଉ୍ଛି । ବଜାରରେ ବିକ୍ରୟ ହେଉଥିବା ପ୍ରତ୍ୟେକ ଡ୍ରାଏ ଫୁଡ ପ୍ୟାକେଟ ଉପରେ ବଡଦିନ ସମ୍ପର୍କିତ ଫଟୋ ଓ ଚିତ୍ର ରହିଥିବା ବେଳେ ପ୍ୟାକେଟ ମଝିରେ ବିଭିନ୍ନ ପ୍ରକାର ଶୁଭେଚ୍ଚା ବାର୍ତା ଦେଖିବାକୁ ମିଳିଛି । ଆଜି ରାତିରୁ ଯୀଶୁଙ୍କ ନିକଟରେ ପ୍ରାର୍ଥନ କରି ତାଙ୍କ ବାର୍ତାକୁ ବିଭିନ୍ନ ବର୍ଗରେ ବାଟିଂବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଚର୍ଚ୍ଚ ଭିତରେ ସାଜସଜ୍ଜା ହୋଇଛି । ବାହାରେ ଯୀଶୁଙ୍କୁ ସ୍ମରଣ କରିବା ପାଇଁ ଗୁହାଳ ଘର ତିଆରି ହୋଇଛି । ପ୍ରତି ପରିବାରରେ ସଙ୍ଗୀତ ମାଧ୍ୟମରେ ଯୀଶୁଙ୍କ ସନ୍ଦେଶ ବଟାଂ ଯାଇଛି । ପ୍ରତ୍ୟେକ ପରିବାରରେ ନୂତନ ବସ୍ତ୍ର ପରିଧାନ କରି ନବାହ୍ନ ପ୍ରସ୍ତୁତ କରାଯିବା ସହ ମହାଜାଗରଣୀ ଅନୁଷ୍ଟିତ ହୋଇଥିଲା । ପ୍ରାତଃରୁ ମଧ୍ୟରାତି ଯାଏଁ ପ୍ରାର୍ଥନା ହେବା ସହ ରାତିରେ ଆଡମ୍ବର ସହକାରେ ଯୀଶୁଙ୍କ ଜନ୍ମ ମହୋତ୍ସବ ପାଳନ କରାଯାଇଥିଲା । ବୁଧବାର ସକାଳେ ପ୍ରାର୍ଥନା ଗୃହରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ପ୍ରଭୁଙ୍କ ପ୍ରାର୍ଥନା କରିବା ସହିତ ଚଳିତ ବର୍ଷ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।
ଶ୍ରଦ୍ଧାଳୁଙ୍କ ମୁହଁରେ —
୧) ଏହି ଦିନ ପ୍ରଭୁ ଯୀଶୁ ଧରାପୃଷ୍ଠକୁ ଅବତରଣ କରିଥିଲେ । ତେଣୁ ଏହି ଦିବସକୁ ଆମ୍ଭେ ଭକ୍ତି ଓ ଆନନ୍ଦର ସହ ପାଳନ କରିଥାଉ । ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଘର ଘର ବୁଲି କ୍ୟାରୋଲ ଗାନ କରି ଯୀଶୁଙ୍କ ଧରାବତାରଣ ବାର୍ତା ଦେଇଥାନ୍ତି । ଚର୍ଚ୍ଚରେ ପିଲା ମାନଙ୍କ ଦ୍ୱାରା ବିଭିନ୍ନ ଭାଷାରେ କ୍ୟାରୋଲ ଗାନ ସମେତ ଧ୍ୟାନ,ପ୍ରାର୍ଥନା ଏବଂ ଦିବ୍ୟଯଜ୍ଞର ଆୟୋଜନ ହୋଇଛି ।

ତନୋଜ କୁମାର ଦୋରା, ରୋମାନ କ୍ୟାଥୋଲିକ ଶ୍ରଦ୍ଧାଳୁ ।
୨) ଯୀଶୁ ହେଉଛନ୍ତି ଶାନ୍ତି,ଦୟା,କ୍ଷମା ଏବଂ ପ୍ରେମର ଦେବତା । ତେଣୁ ଏହି ସମୟରେ କିଛି ଲୋକ ସାନ୍ତାକ୍ଲଜ ହୋଇ ବିଭିନ୍ନ ଉପହାର ପ୍ରଦାନ କରିବା ଦ୍ୱାରା ଧର୍ମ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ କରି ବିଭିନ୍ନ ସାହି ,ବସ୍ତିରେ ବୁଲିଥାନ୍ତି । କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗର ବ୍ୟକ୍ତିଙ୍କୁ ମଧ୍ୟ କିଛି ଉପହାର ଦେଇଥାନ୍ତି । ଦୂର ଦୂରାନ୍ତରେ ଥିବା ପରିବାର ଲୋକ ଘରକୁ ଫେରି ଏକତ୍ର ହୋଇ କେକ କାଟି ବଡଦିନ ମଜା ଉଠାଇଥାନ୍ତି । ମଧ୍ୟରାତିରୁ ଆଧ୍ୟାତ୍ମିକ ମନ ଓ ଭାବନାରେ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରି ଏକ ନୂଆ ଜୀବନ କାମନା କରିଥାନ୍ତି । ମନୋଜ କୁମାର ଦୋରା, ରୋମାନ କ୍ୟାଥୋଲିକ ଶ୍ରଦ୍ଧାଳୁ ।



