Friday, November 13, 2026
Home ଆଞ୍ଚଳିକ ପିଲାଟିଏ, ଗଛଟିଏ ଅଭିଯାନ।

ପିଲାଟିଏ, ଗଛଟିଏ ଅଭିଯାନ।

202

ଆସିକା , ୦୫/୦୬/୨୨ ( ଜିଲ୍ଲା ଖବର ) : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଦିଲ୍ଲୀ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୋଶନ କୁମାର ଶତପଥୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାସ୍କର

ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକ ହରିଡାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ଉଚ୍ଚବିଦ୍ୟାଳୟରେ ‘ ପିଲାଟିଏ – ଗଛଟିଏ ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ହରିଡାପଦର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା ଯୋଗଦେଇଥିଲେ ଯେ, ପରିବେଶର ସୁରକ୍ଷା ପାଇଁ ଗଛର ମହତ୍ତ୍ଵ ଅଧିକ। ତେଣୁ ରାଜ୍ୟ ସରକାର ଏ ବିଷୟରେ ଅଧିକ ଗୁରୁତ୍ବ ଦେବା ସହ ପ୍ରତ୍ୟେକ ପିଲା ଦ୍ଵାରା କିପରି ଗୋଟିଏ ଗଛର ଯତ୍ନ ନିଆଯାଇପାରିବ , ସେଥିପ୍ରତି ଯତ୍ନବାନ ଅଛନ୍ତି।


ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତାରା ପ୍ରସାଦ ମିଶ୍ର, ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ ଓ ଆଭିମୁଖ୍ୟ ଉପରେ ଗୁରୁତ୍ବରୋପ କରି ବୃକ୍ଷ ରୋପଣ କେତେ ଆବଶ୍ୟକ, ବୃକ୍ଷ ରୋପଣ କିପରି କରାଯିବ ଓ ତାହାର ଯତ୍ନ କିପରି ନିଆଯିବ , ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ଦେଉଥିଲେ।


ଏହି କାର୍ଯ୍ୟକ୍ରମରେ ହରିଡାପଦର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା, ପ୍ରଧାନ ଶିକ୍ଷକ ଶ୍ରୀ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ଶ୍ରୀ ବି. ଚନ୍ଦ୍ରଶେଖର ରେଡି , ଗୋବିନ୍ଦ ପରିଡ଼ା, ପାଣ୍ଡବେଶ୍ଵର ଜେନା, ଶଶି ଭୂଷଣ ସାହୁ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରୋପଣ କରିଥିଲେ।