Sunday, October 18, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାର ରୂପାନ୍ତରିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ “ସ୍ମାର୍ଟ ଶିକ୍ଷକ” ତାଲିମ।

ଗଞ୍ଜାମ ଜିଲ୍ଲାର ରୂପାନ୍ତରିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ “ସ୍ମାର୍ଟ ଶିକ୍ଷକ” ତାଲିମ।

62

ହିଞ୍ଜିଳିକାଟୁ , ୦୫/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ୫T ରୁପାନ୍ତରିତ ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତ୍ୟାଧୁନିକ ଶିକ୍ଷା

ବ୍ୟବସ୍ଥା ସହିତ ଜଡିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଗୁଡିଏ ପ୍ରଚେଷ୍ଟା ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ମୂଖ୍ଯମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଶେରଗଡ ଓ ହିଞ୍ଜିଳି ବ୍ଳକର ଯେଉଁ ୫୦ଟି ବିଦ୍ୟାଳୟର ରୁପାନ୍ତରୀକରଣ ହୋଇ ସାରା ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ସେହି ୫୦ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି।

ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ “ସ୍ମାର୍ଟ ଶିକ୍ଷକ” ତାଲିମ ପ୍ରଦାନ କରାଯାଉଛି। ଦୀର୍ଘ ୬ ମାସ ଧରି ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତିଙ୍କ ନେତୃତ୍ବରେ ପ୍ରଦାନ କରାଯିବା ବେଳେ ଶେଷ

ଦିବସରେ ଓକେସିଏଲର ମୂଖ୍ଯ କାର୍ଯ୍ଯାଳୟର ମୂଖ୍ଯ ପରାମର୍ଶଦାତା ଡକ୍ଟର କଲ୍ୟାଣ ପ୍ରସାଦ ଦାଶ, ଆଞ୍ଚଳିକ ପରିଚାଳକ ଅଂଶୁମାନ ସର ଓ ଯୋଗ ଦେଇ ବ୍ୟକ୍ତିତ୍ବ ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ।

ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ସମଶସ୍ତ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।