Thursday, November 12, 2026
Home ଆଞ୍ଚଳିକ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ।

ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ।

76

ହିଞ୍ଜିଳିକାଟୁ , ୦୫/୦୬/୨୨ ( ଜିଲ୍ଲା ଖବର ) : ହିଂଜିଳିକାଟୁରେ ଶୀତଳଷଷ୍ଠୀ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି ଏହା ଦୁଇ ଦିନ ଧରି ଚାଲିବ।

ଯାତ୍ରା ଉପଲକ୍ଷେ ସ୍ଥାନୀୟ ସହର ଉତ୍ସବ ମୁଖର ହୋଇପଡ଼ିଛି । ହିଂଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପରିସରରେ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହାଆଡମ୍ଭର ସହ ଚାଲିଛି।

ବରପିତା ଭାବେ ରାମଚନ୍ଦ୍ର ପାଠୀ ଓ କନ୍ୟାପିତା ଭାବେ ସତ୍ୟନାରାୟଣ ସାହୁ ଥିଲେ । ପ୍ରଥମ ଦିବସରେ ମା’ ପାର୍ବତୀଙ୍କୁ ବରଣ କରିବା ସକାଶେ ସୁସଜ୍ଜିତ ରଥରେ କନ୍ୟା ପିତାଙ୍କ ଘରକୁ ଯାଇଥିଲେ ବରପିତା । ନିରାଡ଼ମ୍ବର ସହକାରେ କ଼ନ୍ୟାପିତା ଘରେ ପହଞ୍ଚିବା ପରେ କନ୍ୟା ବରଣ ଲୁଗା ଓ କଳସକୁ ମହିଳା ମାନେ ବନ୍ଦାପନା କରି ଘର ମଧ୍ୟକୁ ପାଛୋଟି ନେଇଥିଲେ । ବରଯାତ୍ରୀଙ୍କ ପକ୍ଷରୁ କନ୍ୟାବରଣ କାର୍ଯ୍ୟକ୍ରମ ସରିଥିଲା ।

କନ୍ୟା ଘର ପକ୍ଷରୁ ରଖାଯାଇଥିବା ଆସବାବ ପତ୍ର ଯଥା ଲୁଗାପଟା, ଧାନ ଚାଉଳ, ମୁଗ, ବିରି ଓ କଂସା ବାସନକୁ ବରପକ୍ଷ ଦେଖିଥିଲେ।କନ୍ୟାପିତା ଙ୍କ ସପରିବାର ଏବଂ ବନ୍ଧୁକୁଟୁମ୍ବ ଉପସ୍ଥିତ ରହି ବରଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସମସ୍ତ ଯୌତୁକ ସାମଗ୍ରୀ ସହ ବରକନ୍ୟାକୁ ମନ୍ଦିର ପରିସରକୁ ନିଆଯାଇ ବିବାହ ସମ୍ପାଦନା କରାଯାଇଥିଲା । ବନ୍ଦାପନା ଓ ହୁଳହୁଳିରେ ମନ୍ଦିର ପରିସର କମ୍ପି ଉଠିଥିଲା ।

ଆସନ୍ତା କାଲି ରାତିରେ ଦେବ ଦମ୍ପତିଙ୍କୁ ବିଭିନ୍ନ ବାଦ୍ୟବାଜଣା,ବାଣ ପଟୁଆର, ଘଂଟ, ମହୁରି, ତୂରୀର ତାଳେ ତାଳେ ଶୋଭାଯାତ୍ରାରେ ମନ୍ଦିର ବେଢା ପରିକ୍ରମାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ରଂଜନ କୁମାର ସାହୁ, ପବିତ୍ର ନାୟକ, ସନାତନ ନାହାକ. ଦିନବନ୍ଧୁ ବେହେରା, ପ୍ରସନ୍ନ ନାହାକ, ନବୀନ ସେନାପତି, ସନ୍ତୋଷ ପ୍ରଧାନ, ଚନ୍ଦ୍ରଶେଖର ସାହୁ, ପ୍ରତାପ କୁମାର ସାହୁ, ଭୀମସେନ ସାହୁ, ଗୋପାଳକୃଷ୍ଣ ପଟ୍ଟନାୟକ, ଶଙ୍କର ବାସୁଦେବ ବେହେରା, ସିମାଂଚଳ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଦଇତ୍ୟ ରେ ଅଛନ୍ତି ।

ଅନୁରୂପ ଭାବେ ହିଂଜିଳିକାଟୁ ବ୍ଳକ ଚାନ୍ଦୁଲି ସ୍ଥିତ ଲଡୁକେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଅବସ୍ଥାପିତ ବିଭିନ୍ନ ଶୈବପୀଠ ଗୁଡ଼ିକରେ ନିରାଡ଼ମ୍ବର ସହକାରେ ଶୀତଳ ଷଷ୍ଠୀ ଯାତ୍ରା ଓ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ନିରାଡ଼ମ୍ବର ସହ ଚାଲୁ ରହିଛି।