
ଆସିକା,୨୪/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ;ଆସିକା ବ୍ଲକ ଖଣ୍ଡଦେଉଳି ପଚାଂୟତ ଅନ୍ତର୍ଗତ କର୍ଣ୍ଣୋଳୀ ଠାରେ ସାରସ୍ୱତ ବିଦ୍ୟା ନିକେତନ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମ ଠାରେ ଷଢବିଂଶତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଏବଂ ସପ୍ତଦଶ ପିତୃମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠୀ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ମୁଖ୍ୟବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ,ଅନ୍ୟତମ ସମ୍ମାନୀତ ଅତିଥି ଭାବେ କର୍ଣ୍ଣୋଳୀ ନିଗମାନନ୍ଦ ଆଶ୍ରମ ସଭାପତି ବିଶ୍ୱାନଥ ବିଷୋୟୀ,ବଳବଟାଂ ସେବା ସମବାୟ ସମିତି ସଭାପତି ଜିତେନ୍ଦ୍ର ବିଷୋୟୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିବେକାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଅତିଥି ମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ପୁଷ୍ପଚନ୍ଦନ ପ୍ରଦାନ କରି ପ୍ରଦିପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପକ୍ଷରୁ ଅତିଥିଙ୍କୁ ଚନ୍ଦନ ଟିପା ଲଗାଇ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା ।

ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଓଁକାର ,ଗୁରୁ ବନ୍ଦନା ସହ ଗଣେଶ ବନ୍ଦନା ଗାନ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିବେକାନନ୍ଦ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ସବର ପ୍ରାରମ୍ଭିକ ସୂଚାନପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ସାଂସଦ ସାରସ୍ୱତ ବିଦ୍ୟାନିକେତନ ଆମ ଅଚଂଳର ବୈାଦ୍ଧିକ ଦିକ୍ଷା ଦେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ସାହାଯ୍ୟ ଯୋଗାଇ ଦେବା ପାଇଁ ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଛାତ୍ରର ଅଧ୍ୟୟନ ପାଇଁ ଅଭିଭାବକ,ଗୁରୁ,ଛାତ୍ରଛାତ୍ରୀଙ୍କ ସମନ୍ୱୟ ରଖି ଅଧ୍ୟୟନ କଲେ ଶିକ୍ଷାରେ ଉନ୍ନତି ହେବ ବୋଲି ମୁଖ୍ୟବକ୍ତା ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରାୟ ୨୧୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ଅଧ୍ୟାପକ ସୁରେଶ ଚନ୍ଦ୍ର ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ ।



