
ବିଷମକଟକ , ୦୫/୦୬/୨୨ ( ଜିଲ୍ଲା ଖବର ) : ସରକାରଙ୍କ ତ୍ରୁଟି ପୁର୍ଣ୍ଣ ନିଷ୍ପତି ପାଇଁ ଗରୀବ ଶ୍ରେଣୀର ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଅସହାୟ ଲୋକଙ୍କ ନିକଟରେ ଭତ୍ତା ପହଞ୍ଚାଇବା ପାଇଁ ଡିଜିଟାଲ ବ୍ୟବସ୍ଥା କରିଛନ୍ତି ସରକାର।

ଅଧିକାଂଶ ଗରିବ ହିତାଧିକାରୀଙ୍କ ବର୍ଷ ବର୍ଷ ଧରି ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ଆସୁନଥିବା ଅଭିଯୋଗ ହୋଇଛି। ଯେଉଁ ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କ ଖାତା କୁ ଆସିଛି ସେମାନେ ବ୍ୟାଙ୍କ ରେ ଘଣ୍ଟା ଘଣ୍ଟା କରି ଅପେକ୍ଷା କରିବା ପାଇଁ ପଡୁଛି।

ଏଭଳି ଅବସ୍ଥା ଚିତ୍ର ସାମ୍ନା କୁ ଆସିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକରେ। ଦୀର୍ଘ ମାସ ଭତ୍ତା ନ ପାଇ ବ୍ଳକ କାର୍ଯ୍ୟାଳୟରେ ଦ୍ୱାରସ୍ତ ହୋଇଛନ୍ତି ଗରିବ ହିତାଧିକାରୀ। ବୟସର ଅପରାହ୍ନ ୪୦ ଡିଗ୍ରୀ ଖରାରେ ବୃଦ୍ଧ, ବୃଦ୍ଧା ଓ ବିକଳାଙ୍ଗ ମାନେ ନିଜ ଭତ୍ତା ପାଉନଥିବା ଅଭିଯୋଗ ନେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।


ରାୟଗଡା ଜିଲାରେ ବହୁ ଉପାନ୍ତ ଅଞ୍ଚଳ ରହିଛି ଯେଉଁଠାରେ ଡିଜିଟାଲ ସେବା ପହଞ୍ଚି ନାହିଁ ତେଣୁ କେନ୍ଦ୍ର ସରକାର ଏ ଦିଗରେ ସମୀକ୍ଷା କରିବା ଆବଶ୍ୟକ ବୋଲି ବିଜେଡି ରାଜ୍ୟ ସମ୍ପାଦକ କହିଛନ୍ତି।


