ଆସିକା,୨୪/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆଜି ସକାଳ ପ୍ରାୟ ୧୦ ଘଟଂ ବେଳେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନିର୍ଭୟ କଢି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ରଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ସହର ପରିକ୍ରମା କରି ସଚେତନତା କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ରଙ୍କ ତତ୍ୱାବାଧାନରେ ସମସ୍ତ ଛାତ୍ରୀ ବ୍ୟାନର ଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ କରିବା,ଭୃଣ ହତ୍ୟା ନକରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି ରାଲି ବିଦ୍ୟାଳୟ ପରିସରରୁ ବାହାରି ଆସିକା ସହରର ଖମ୍ବେଶ୍ୱରୀପାଟଣା,କୁମ୍ଭାର ସାହି,ଲକ୍ଷ୍ମିବଜାର,ବସଷ୍ଟାଣ୍ଡ,ହାଟପଦା ପ୍ରମୁଖ ପରିକ୍ରମା କରିଥିବା ବେଳେ ବିଦ୍ୟାଳୟ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନାରେ ସହ ଯୋଗ କରିଥିଲେ ।



