Sunday, November 15, 2026
Home ଆଞ୍ଚଳିକ କାଳ ବୈଶାଖୀ ର ତାଣ୍ଡବରେ ଛଅ ପରିବାର ସର୍ବାହରା।

କାଳ ବୈଶାଖୀ ର ତାଣ୍ଡବରେ ଛଅ ପରିବାର ସର୍ବାହରା।

207

ବିଷମକଟକ , ୦୩/୦୬/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି,କାଳବୈଶାଖୀ ଯୋଗୁଁ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

ପ୍ରବଳ ବେଗରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯୋଗୁଁ ରାମନାଗୁଡା ବ୍ଲକ ଅଞ୍ଚଳ ବାସୀ ନାହିଁ ନଥିବାର ସମ୍ମୁଖୀନ ହେଉଥିବା ଦେଖା ଦେଇଛି ।

ଜୋର ରେ ପବନ ବୋହିବାରୁ ରାୟଗଡା ଠାରୁ ବ୍ରହ୍ମପୁର ଓ ମୁନିଗୁଡ଼ା ଠାରୁ ବ୍ରହ୍ମପୁର, ଗଜପତି ଏବଂ ଆନ୍ଧ୍ର କୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

କାଳବୈଶାଖୀ ର ତାଣ୍ଡବ ରେ ଭାମିନି ପଂଚାୟତ ଅନ୍ତର୍ଗତ ଲିମାପଦର ର କେ. ଗୋବିନ୍ଦା ଙ୍କ ଚାଳ ଛପର ଉଡିଯାଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାକଡ଼ି ଶାନ୍ତି ଙ୍କ ଘର ଚାଳ ଛପର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ସେହିପରି ଲିମାପଦର ଅଞ୍ଚଳର ପୋଟଳ ଚାଷୀ ଙ୍କ ଫସଲ ନଷ୍ଟ ହୋଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଏବଂ କାଳବୈଶାଖୀ ପ୍ରଭାବ ରେ ଲିମାପଦର ଗ୍ରାମ ନିକଟରେ ଚାକୁଣ୍ଡା ଗଛ ରେ ବାସ କରୁଥିବା ଶହ ଶହ ସଂଖ୍ୟରେ ବାଦୁଡି ଙ୍କ ମୃତ୍ୟୁ ଘଟି ଯାଇଛି ।

ଗୁମୁଡ଼ା ମୁଖ୍ୟ ବଜାର ଛକ ତାରିଣୀ ମନ୍ଦିର ନିକଟ ବସ୍ତିରେ ବାସ କରୁଥିବା ନାଗବଂଶ ବେଳାର ସେନ, ନାଗବଂଶ ଦାମ, ଦାନ୍ତି ଶବର, ଫୁଲୁ ତ୍ରିପାଠୀ ଙ୍କର ଚାଳ ଛପର ଉଡ଼ି ଯାଇ ସର୍ବସାନ୍ତ ହୋଇଥିବା ଦେଖିବାକୁ ମିଳିଛି ।