ଆସିକା,୨୪/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ମୋ ଗେହ୍ଲା ଝିଅ ଓ ନିର୍ଭୟ କଢି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆସିିକା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ.ମୋହନ ବାରିକଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ଚିକିତ୍ସାଅଧିକାରୀ ଡଃ. ମୋହନ ବାରିକ ମେଡିକାଲ ଠାରେ ୫ ଜଣ ନବଜାତ ଶିଶୁ କନ୍ୟା ଓ ମାକୁ ପୁଷ୍ପଗୁଛ ସହ ବେବି କିଟ ଏବଂ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧନା କରିଥିଲେ । ବିଶେଷ କରି ମାଆଙ୍କୁ ଉପହାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ଲିଙ୍ଗଗତ ତାରତମ୍ୟ ଦୁର୍ବଳତାକୁ ଦୂର କରିବା ନେଇ ଲକ୍ଷ୍ୟ ରହିଥିବା ବେଳେ ଆସିକା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ. ବାରିକ ତାଙ୍କ ଅଭିଭାଷଣରେ ଭୃଣ ହତ୍ୟା ରୋକିବା, ଶିଶୁ କନ୍ୟାଙ୍କ ଭବିଷ୍ୟତ ନେଇ ଅଭିଭାବକ ମାନେ ସଚେତନତା ହେବା ନେଇ ଆହ୍ୱାନ ଦେଇଥିଲେ । ଏହା ସହିତ ବୃକ୍ଷ ଟିଏ ଓ ପିଲା ଟିଏ ଏବଂ ପ୍ରତ୍ୟେକ ମା ଉପହାର ସଦୃଶ ଗୋଟିଏ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମେଡିକାଲର ସମସ୍ତ କର୍ମଚାରୀ ପରିଚାଳନାରେ ସହ ଯୋଗ କରିଥିଲେ ।



