
ନବରଙ୍ଗପୁର , ୦୩/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସାମ୍ବାଦିକ ସଂଘ (ଓ ଜେ ୟୁ ) ନବରଙ୍ଗପୁର ଜିଲ୍ଲା ଶାଖା ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ସାମ୍ବାଦିକ ମାନେ ଲୋକଙ୍କ ତୃତୀୟ ନୟନ ବୋଲି କହିଥିଲେ । ନିର୍ଭୀକ ଓ ନିର୍ଭୁଲ ଭାବରେ ସମ୍ବାଦ ପରିବେଷଣ କରି ସମାଜ କୁ ସକାରାତ୍ମକ ବାର୍ତ୍ତା ଦେବା ଜଣେ ପ୍ରକୃତ ସାମ୍ବାଦିକ ଙ୍କ କର୍ତ୍ତବ୍ୟ ବୋଲି ମତ ରଖିଥିଲେ । ଦୁର୍ଗମ ଦୁଃସାହାସିକ ଭାବେ କାର୍ଯ୍ୟ କରୁଥିବାରୁ ସାମ୍ବାଦିକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ବୋଲି ମଧ୍ୟ ପ୍ରକାଶ କରିଥିଲେ ।ସଠିକ ଖବର ସ୍ଵାଗତ ଯୋଗ୍ୟ ଓ ସମାଲୋଚନା ଦ୍ଵାରା ତ୍ରୁଟି ର ସଂଶୋଧନ ହୋଇପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସଂଘ ର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ଉପସ୍ଥାପନା କରିଥିଲେ ।

ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀନିବାସ ରାଓ ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ପ୍ରମୁଖ ସଂଗଠନ ଉଦେଶ୍ୟ ଓ ସାମ୍ବାଦିକ ମାନଙ୍କ ନିମନ୍ତେ ସରକାରୀ ସହାୟତା ଓ ସୁରକ୍ଷା ନେଇ ମତ ରଖିଥିଲେ । ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ,ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରୀଷ୍ଣା ମଞ୍ଜରି ବିଷୋଇ ବ୍ଲକ ଉପଧକ୍ଷ୍ୟ ରାଜେନ୍ଦ୍ର ବିଷୋଇ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଏକତା ଓ କର୍ତ୍ତବ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ । ବିଡିଓ ଦୁର୍ଯ୍ୟୋଧନ ଭୋଇ ଅଞ୍ଚଳ ର ସର୍ବାଙ୍ଗୀନ ବିକାଶ ରେ ସାମ୍ବାଦିକ ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା କହିଥିଲେ । ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋଇ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ନୃତନ ଜିଲ୍ଲା କମିଟି ଘୋଷଣା କରାଯାଇଥିଲା ।

ସଭାପତି ଭାବେ ଶିବ ଶଙ୍କର ତ୍ରିପାଠୀ ,ଉପସଭାପତି ରଞ୍ଜନ କୁମାର ପଟନାୟକ ,ଜ୍ୟୋତି ପ୍ରକାଶ ଦାସ ,ଯୋଗେନ୍ଦ୍ର ମହାନ୍ତି ,ଦେବାଶିଷ ଦାସ ,ସମ୍ପାଦକ ଜାନକୀ କାନ୍ତ ବିଷୋଇ ,ସହ ସମ୍ପାଦକ ତାରା ପ୍ରସାଦ ପାଣିଗ୍ରାହୀ ,ଖଗେଶ୍ଵର ବିଷୋଇ ,ସଂଗଠନ ସମ୍ପାଦକ କେ ବେଣୁ ଗୋପାଳ ରାଓ ,କୋଷାଧକ୍ଷ ଦେବୀ ପ୍ରସାଦ ମହାପାତ୍ର ,ଉପଦେଷ୍ଟା ଭାଗିରଥି ମେଲି ,ପ୍ରଦୀପ କୁମର ପଟନାୟକ ,ସର୍ବ ସମ୍ମତି କ୍ରମେ ମାନୋନୀତ କରାଯାଇଥିଲା । ସେହିପରି କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଆଶିଷ ରଞ୍ଜନ ନାଏକ ,ଭବାନୀ ଶଙ୍କର ପଣ୍ଡା ,ଶିଶିର କଖୁରା ,ବିଶ୍ଵରଞ୍ଜନ ବିଷୋଇ ,ଶିବ ଶଙ୍କର ବିଷୋଇ ,ରବି ନାଗ ,ସୁଶାନ୍ତ କୁମର ପଣ୍ଡା ,ଦିବାନ ସିଂ ଓ ଚକ୍ରପାଣି ମହାପାତ୍ର ଙ୍କ ନାମ ଘୋଷଣା କରାଯାଇଥିଲା ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର।



