ବିଶ୍ୱ ସାଇକେଲ ଦିବସ ପାଳିତ।

40

ଯାଜପୁର , ୦୩/୦୬/୨୨ ( ଜିଲ୍ଲା ଖବର ) : ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଚାୟତରେ ନେହେରୁ ଯୁବ ସଂଗଠନର ଜିଲ୍ଲା ସଂଯୋଜକ ପ୍ରବୋଧ ସାମଲ ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇ ଯାଇଛି ।

ଏହି ଉତ୍ସବରେ ଗଙ୍ଗାଧରପୁର ପଞ୍ଚାୟତ ର ସରପଞ୍ଚ ତ୍ରିଲୋଚନ ଜେନା,ପୂର୍ବତନ ସମିତି ସଭ୍ୟଦାମୋଦର ରାୟ, ସମାଜ ସେବୀ ଗୋଲକ କୁମାର ମହାନ୍ତି,ସମାଜ ସେବୀ ସମୀର ବେହେରା,କୃଷକ ନେତା- ବିଦ୍ୟାଧର ରାଉତ ଓ ବୀରକିଶୋର ରାଉତ,ଜେନିଷ କୋଚିଂଗ କ୍ଳାସ ମୁଖ୍ୟ ପ୍ରଭୁଦତ୍ତ ସାମଲ,ଶିକ୍ଷକଅନାମ ଚରଣ ପ୍ରଧାନ,

ଶରତ ମହାନ୍ତି, ସୌମ୍ୟରଞ୍ଜନ ସାହୁ, ବିପ୍ଳବ ସ୍ୱାଇଁ, ବାସୁଦେବ ମଲ୍ଲିକ,ପଞ୍ଚାୟତ ସମିତି ସଭ୍ୟ- ଦୀପକ କୁମାର ଜେନା, ଗୋକର୍ନେଶ୍ଵର ଯୁବକ ସଂଘର ସଭାପତି ସଞ୍ଜୟ ବେହେରା,ସମ୍ପାଦକ-ରାଜ କୁମାର ସାହୁ,ଧର୍ମଶାଳା ବ୍ଲକର ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ସମ୍ପାଦକ- ପ୍ରତାପ ବେହେରା ଓ ଅରୁଣ କୁମାର ରଣା ଯୋଗ ଦେଇ ଥିଲେ ।

ଅନ୍ୟ ମାନଙ୍କ ଭିତରେ ଅମିତି ବେହେରା , ସୁଜିତ୍ ଦାସ,ମାନସ ରଣା, ଅଜିତ୍ ଦାସ, ଜୟନ୍ତ ବେହେରା, ଆତ୍ମାରାମ ବେହେରା, ପ୍ରତାପ ଚନ୍ଦ୍ର ବେହେରା, ପ୍ରଶାନ୍ତ ନାୟକ, ଶ୍ରୀ ଚରଣ ବେହେରା l

ଏହି ଅବସରରେ ଜିନିୟସ କୋଚିଙ୍ଗ ସେଣ୍ଟରର ୭୦ ଜଣ ଛାତ୍ରଛାତ୍ରୀପଂଚାୟତ ରୁ ସାଇକେଲ ରେ ଚଢି କିଛି ଗ୍ରାମ ଓ ବଜାର ବୁଲି ଲୋକଙ୍କୁ ସାଇକେଲ ଚଢିବା ଦ୍ୱରା ଲୋକ ମାନେ ରୋଗ ମୁକ୍ତ ହୁଅନ୍ତି ବୋଲି ସ୍ଲୋଗାନ ଦେଇଥିଲେ l ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l