Thursday, November 12, 2026
Home ଆଞ୍ଚଳିକ ଆଗେଇ ଆସିଲେ ସାହି ଯୁବକ। ନିଜସ୍ୱ ଖର୍ଚ୍ଚରେ ରାସ୍ତା ମରାମତି କରି ଉଦାହରଣ ପାଲଟିଲେ l

ଆଗେଇ ଆସିଲେ ସାହି ଯୁବକ। ନିଜସ୍ୱ ଖର୍ଚ୍ଚରେ ରାସ୍ତା ମରାମତି କରି ଉଦାହରଣ ପାଲଟିଲେ l

30

ହିଞ୍ଜିଳିକାଟୁ , ୦୩/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୌରପରିଷଦର ଠିକ ୨୦ମିଟର ଦୂରରେ ଥିବା ୧୦ ନଂ ୱାର୍ଡ଼ ରେଗିଡ଼ି ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗତ କିଛି ଦିନ ହେବ ଭଗ୍ନ ଅବସ୍ଥାରେ ପଡ଼ିରହିଥିଲା ।

ଯାହା ଫଳରେ ପୂର୍ବରୁ ଛୋଟଛୋଟ ଦୁର୍ଘଟଣା ସେହି ସ୍ଥାନରେ ଘଟୁଥିବା ସହ ଲୋକଙ୍କ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହେଉଥିଲା।

ଏହି ରାସ୍ତା ପାଇଁ ମୋହନ ସାହୁ କଲୋନୀ, ନୂଆଗଡ଼, ନବୀନ ନିବାସ, ସୋମପୁର,ଲୋକନାଥ ମାର୍ଗ ର ଲୋକେ ନିର୍ଭର କରନ୍ତି ।

ରେଗିଡି ସାହିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିବାରୁ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତାରେ ଯିବା ଆସିବା କରନ୍ତି।

ସ୍ଥାନୀୟ ପ୍ରଶାସନ ଉପରେ ଦୋଷ ନ ଲଦି ପରବର୍ତ୍ତୀ ସମୟରେ ନିଜେ ରେଗିଡ଼ି ଯୁବ ଗୋଷ୍ଠୀ ନିଜସ୍ୱ ଭିତରେ ଚାନ୍ଦା ଆଦାୟ କରି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଥିଲେ ।

ତେବେ ଯୁବଗୋଷ୍ଠୀଙ୍କ ଏହିଭଳି ମହାନ ଉଦ୍ୟମକୁ ସହରରେ ସବୁଠି ପ୍ରଶଂସାର ଛୁଅ ଛୁଟୁଛି ।