Thursday, October 15, 2026
Home ଅପରାଧ ବଡ ଡକାୟତ ଦଳକୁ ଧରିଲା ପୁଲିସ ।

ବଡ ଡକାୟତ ଦଳକୁ ଧରିଲା ପୁଲିସ ।

63

ଭଞ୍ଜନଗର , ୦୩/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ କୁ ମିଳିଛି ବଡ଼ ସଫଳତା l ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୭ ଜଣ ଅପରାଧୀ ଓ ୭ ଜଣ ବାଳ ଅପରାଧୀ ଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୩୧ ଟି ମୋବାଇଲ ଫୋନ,୧ ଲ୍ୟାପଟପ, ୨ ଟି ଜୀବନ୍ତ ବୋମା ,୩ ଟି ଖଣ୍ଡା, ମରଣାସ୍ତ୍ର ପାଇଁ ବ୍ୟବହୃତ ଲୁହା ରଡ଼,୨ ଟି ମୋଟର ସାଇକଲ କୁ ଜବତ କରିଛି ପୋଲିସ l

ସୂଚନା ପ୍ରକାରେ ଗତ କାଲି ପୋଲିସ ର ପେଟ୍ରୋଲିଙ୍ଗ ସମୟ ରେ ଭଞ୍ଜନଗର- ଫୁଲବାଣୀ ରାସ୍ତା ର ସୋରଦେବୀ ମନ୍ଦିର ନିକଟରେ ପୋଲିସ ଏମାନଙ୍କୁ ଧରି ତଦନ୍ତ କରିବା ସମୟ ରେ ସବୁ ଘଟଣା ଜଣା ପଡିଥିଲା l

ଭଞ୍ଜନଗର ଓ ଆଖପାଖ ଅଞ୍ଚଳ ର କିଛି ଡକାୟତି ଘଟଣା ରେ ଏମାନଙ୍କ ସମ୍ପୃକ୍ତି ଥିବା ସହ ବହୁ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ମଧ୍ୟ ପୋଲିସ ତଦନ୍ତ ରୁ ଜଣା ପଡିଛି l

ଘଟଣାର ତଦନ୍ତ ପରେ ଗିରଫ ହୋଇଥିବା ୭ ଜଣ ଭଞ୍ଜନଗର ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ ୭ ଜଣ ବାଳ ଅପରାଧୀ ଥିବା ପୋଲିସ ସୂତ୍ରରୁ ଜଣାପଡିଛି l