Sunday, November 15, 2026
Home ଆଞ୍ଚଳିକ ସର୍ବପୁରାତନ ତ୍ରିନାଥ ମନ୍ଦିରର ନବୀକରଣ କାର୍ଯ୍ୟ ଆରମ୍ଭ।

ସର୍ବପୁରାତନ ତ୍ରିନାଥ ମନ୍ଦିରର ନବୀକରଣ କାର୍ଯ୍ୟ ଆରମ୍ଭ।

75

ଗୁଣୁପୁର , ୦୨/୦୬/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଗୁଣୁପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ନିକଟରେ ଥିବା ସର୍ବପୁରାତନ ତ୍ରିନାଥ ମନ୍ଦିରର ନବୀକରଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଏକ ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶ ଓ ଶ୍ରଦ୍ଧାଳୁଙ୍କ ଗହଣରେ ତ୍ରିନାଥ ଗୋସେଇଁଙ୍କ ବିଗ୍ରହକୁ ନୂତନ ଅସ୍ଥାୟୀ ଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା ।

୧୯୫୨ ମସିହାରୁ ଏହି ମନ୍ଦିରଟିରେ ତ୍ରିନାଥ ପୂଜାପାଇ ଆସୁଥିବା ବେଳେ ମନ୍ଦିରଟି ଜରାଜୀର୍ଣ୍ଣ ହୋଇ ପଡିବା ସହ ରାସ୍ତାର ଉଚ୍ଚତା ବୃଦ୍ଧି ପାଇବା ଯୋଗୁଁ ନର୍ଦ୍ଧମା ପାଣି, ବର୍ଷାଜଳ ସବୁ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହେଉଥିଲା ।

ତେବେ ମନ୍ଦିର କମିଟି ସହ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ଉକ୍ତ ମନ୍ଦିରର ନବୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏହି ଅବସରରେ ବିଶେଷ ପୂଜାର୍ଚ୍ଚନା, ହୋମ ଯଜ୍ଞ , ନାମ ସଂକୀର୍ତ୍ତନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

ଗୁଣୁପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।