ଲୋକଙ୍କ ସେବା କରିବ ତ ଏମିତି, ବଣ ପାହାଡ଼ ଘେରା, ଜଙ୍ଗଲ ପଥୁରିଆ ରାସ୍ତାରେ ଦେଇ ଚାଲି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ, ଲୋକଙ୍କ ଦୁଃଖ ଶୁଣିଲେ , ରାସ୍ତା ନ ଥିବା ଅଙ୍ଗେ ନିଭାଇଲେ , ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ।

74

କନ୍ଧମାଳ , ୦୨/୦୬/୨୨ ( ଜିଲ୍ଲା ଖବର ) : ନେତା ହେବ ତ ଏମିତି । ନିର୍ବାଚନ ବେଳେ କେବଳ ଭୋଟ ପାଇଁ ନୁହେଁ ବରଂ ନିର୍ବାଚନ ପରେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ସାଥ୍ ଦେବାକୁ ଆଗେଇ ଆସିଛନ୍ତି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ।

ଯେତେବେଳେ ନେତା ମାନେ ବଡ ବଡ ଗାଡିରେ ବସି ବୁଲୁଛନ୍ତି ସେତେବେଳେ ଜନତାଙ୍କ ଦୁଃଖ ଶୁଣିବା ଘଞ୍ଚ ଜଙ୍ଗଲ ରାସ୍ତାରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛନ୍ତି ବିଧାୟକ ଶ୍ରୀ ପ୍ରଧାନ ତାଙ୍କ ସହ ଅଛନ୍ତି ଆଗ ଧାଡ଼ିର ବିଡ଼ିଓ ଗଦାଧର ପାତ୍ର ।

ଦାସିଙ୍ଗ ବାଡ଼ି ପଞ୍ଚାୟତର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଗଡ଼ାପାକାଲି ଗ୍ରାମରେ। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାସିଙ୍ଗବାଡ଼ି ପଞ୍ଚାୟତର ପାହାଡିଆ ତଥା ଦୁର୍ଗମ ଇଲାକାରେ ଅବସ୍ଥିତ ଗଡ଼ାପାକାଲି ଗ୍ରାମ । ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଏହି ଗାଁକୁ ପାଦ ଚଲା ରାସ୍ତା କହିଲେ ପାହାଡ଼ିଆ ,ଘଞ୍ଚ ଜଙ୍ଗଲ ପଥୁରିଆ ରାସ୍ତାକୁ ବୁଝାଏ । ଗ୍ରାମକୁ ଚାଲି ଚାଲି ଯିବା ମଧ୍ୟ ଏତେ ସହଜ ହୋଇନଥାଏ ।

ସେହି ରାସ୍ତା ରେ ବିଧାୟକ ଶ୍ରୀ ପ୍ରଧାନ ଓ ବିଡ଼ିଓ ଶ୍ରୀ ପାତ୍ର ହାତରେ ଖଣ୍ଡିଏ ଖଣ୍ଡିଏ ବାଡ଼ି ଧରି ଚାଲି ଚାଲି ପ୍ରାୟ ୧୦ କିଲୋମିଟର ରୁ ଉର୍ଦ୍ଧ ରାସ୍ତା ଯାଇ ପହଞ୍ଚିଛନ୍ତି ସେଠାରେ। ଆଉ ନିଜ ନେତା ଏବଂ କାର୍ଯ୍ୟରେ ପରିଣତ କରି ଦେଖାଉଥିବା ବିଡ଼ିଓ ଙ୍କୁ ପାଖରେ ପାଇ ଗ୍ରାମବାସୀ ମଧ୍ୟ ବେଶ ଖୁସି ହୋଇଗଲେ । ଆଦିବାସୀ ପରମ୍ପରା ଅନୁଯାୟୀ ବିଧାୟକ ଏବଂ ବିଡ଼ିଓଙ୍କୁ ସ୍ୱାଗତ କରିଥିଲେ ଗ୍ରାମବାସୀ ।

ଆଉ ପରେ ପୂରା ଗାଁ ବୁଲିବା ସହ ସମସ୍ୟା ସର୍ମ୍ପକରେ ଲୋକଙ୍କୁ ପଚାରି ବୁଝିଥିଲେ ବିଧାୟକ । ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ରାସ୍ତା , ବିଦ୍ୟୁତ , ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ର ସୁବିଧା ଯୋଗାଇ ଦେବାକୁ ବିଧାୟକ ଓ ବିଡ଼ିଓଙ୍କୁ ଗାଁ ଲୋକେ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନ ଗାଁ ଲୋକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସ୍ତର ସ୍ତର କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହା ପରେ ଅନ୍ୟ ଏକ ଦୁର୍ଗମ ଗାଁ ପ୍ଲିହେରି ପଞ୍ଚାୟତ ଅନ୍ତର୍ଗତ ଲାମ୍ଭାବାନ୍ଦା କୁ ଯାଇଥିଲେ । ତାଙ୍କ ସହିତ ଥିଲେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ , ପ୍ଲିହେରି ସରପଞ୍ଚ ପାଉଲ ପ୍ରଧାନ ଓ ସମିତି ସଭ୍ୟ ଅରୁଣ ଗୌଡ଼। ଆଉ ବିଧାୟକ ଶ୍ରୀ ପ୍ରଧାନ ଓ ବିଡ଼ିଓ ଶ୍ରୀ ପାତ୍ରଙ୍କ ଏଭଳି ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।