Monday, November 16, 2026
Home ଆଞ୍ଚଳିକ ୧୨ ବର୍ଷ ପରେ ହେଉଥିବା ମା ମହାମାୟୀ ଙ୍କ ଯାତ୍ରାକୁ ନେଇ ଉତ୍ସବ ମୁଖର ଅଞ୍ଚଳ...

୧୨ ବର୍ଷ ପରେ ହେଉଥିବା ମା ମହାମାୟୀ ଙ୍କ ଯାତ୍ରାକୁ ନେଇ ଉତ୍ସବ ମୁଖର ଅଞ୍ଚଳ ।

69

କବିସୂର୍ଯ୍ୟନଗର, ୦୨/୦୬/୨୨ ( ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା କବିସର୍ଯ୍ୟନଗର ସହରର ଓଡିଶା ପ୍ରସିଦ୍ଧ ମା ମହାମାୟୀ ଯାତ୍ରା କୁ ନେଇ ଉତ୍ସବ ମୁଖର ସାରା ଅଞ୍ଚଳ l

୧୨ ବର୍ଷ କୁ ଥରେ ହେଉଥିବା ଏହି ଐତିହାସିକ ଯାତ୍ରା ଚଳିତ ବର୍ଷ ୨୨ ଦିନ ଧରି ଅନୁଷ୍ଠିତ ହେବ ।

ମା ମହାମାୟୀ ଦୀର୍ଘ ବାର ବର୍ଷ ପରେ ନିଜ ବାପା ଘର ଦେଶୀ ବେହେରାଙ୍କ ଘରକୁ ଅ।ସି ଅସ୍ତାୟୀ ମଣ୍ଡପରେ ପୂଜା ପାଇଥାନ୍ତି । ଅ।ଉ ସଂଧ୍ୟା ସମୟରେ ସାତ ଭଉଣିଙ୍କୁ ସାଥିରେ ଧରି ନଗର ପରିଭ୍ରମଣ କରିଥାନ୍ତି ।

ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର l ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଆନନ୍ଦ ମୁଖର ହୋଇଛି ଅଞ୍ଚଳ l କାରଣ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀ ସାତ ଭଉଣୀ ମାନଙ୍କୁ ନେଇ ଆସିଛନ୍ତି ନିଜ ବାପଘର ଦେଶି ବେହେରା ଙ୍କ ଘର କୁ । ଆଉ ପ୍ରତ୍ୟେକ ଦିନ ଭଉଣୀ ମାନଙ୍କୁ ସାଙ୍ଗରେ ଧରି ମା ଭ୍ରମଣ କରିଥାନ୍ତି ସହର ର ଏବାଡ଼ ରୁ ସେ ବାଡ଼ l

ଶେଷରେ ଦେଶି ବେହେରା ସାହିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ମା ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ l ମା ଙ୍କ ଏହି ଓଡିଶା ପ୍ରସିଦ୍ଧ ଓ ଐତିହାସିକ ଯାତ୍ରା କୁ ଦେଖିବା ଲାଗି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ସମାଙ୍ଗମ ଦେଖିବାକୁ ମିଳୁଥିବା ବେଳେ ସହର ର ବିଭିନ୍ନ ସାହିରେ ବିଭିନ୍ନ ପ୍ରକାର ର ମେଢ଼ ଆଲୋକୀ କରଣ ସହର ଶୋଭାକୁ ଦୁଇ ଗଣିତ କରୁଛି
।

ମାଙ୍କ ଏହି ଆଲୋକୀକ ଯାତ୍ରା ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଦିନ ଯେତିକି ଅତିବାହିତ ହେଉଛି ସେହି ଅନୁପାତରେ ସହର ରେ ଭକ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରା କୁ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ କରାଯିବ ସେଥିଲାଗି ଜନସାଧାରଣ ଙ୍କୁ ଶାନ୍ତି ଶୃଙ୍ଖଳା ଓ ସହଯୋଗ କରିବାକୁ ଅପିଲ କରିଛନ୍ତି ମା ମହାମାୟୀ ଯାତ୍ରା ପରିଚାଳନା କମିଟି ସଭାପତି ।

ଏହି ଯାତ୍ରା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପାଖାପାଖି ୨୨ ଦିନ ବ୍ୟାପି ଚାଲିବାକୁ ଥିବା ବେଳେ କୁହାଯାଏ ଏହି ଯାତ୍ରାର ଶେଷଦିନ ଗୁଡିକରେ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବାର ପ୍ରଶାସନ ଆକଳନ କରିଛି l ସେପଟେ ଲୋକଙ୍କ ମନୋରଞ୍ଜନ ଲାଗି ଭଳି କି ଭଳି ମିନା ବଜାର ସାଙ୍ଗକୁ ଦଶରୁ ଅଧିକ ଅପେରା ମଧ୍ୟ ଏଠାରେ ଡେରା ପକାଇଥାନ୍ତି ।