
ରାୟଗଡା , ୦୧/୦୬/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଳି ପର୍ବତରେ ଖଣିଜ ସମ୍ପଦରେ ଭରା ଅଞ୍ଚଳ ଭାବେ ପରିଚିତ।ଏଠାରେ ବକସାଇଟ,ମାଙ୍ଗାନିଜ,ଗ୍ରାଫାଇଟ ଇତ୍ୟାଦି ଖଣିଜ ଭରପୁର ରୁପେ ରହିଅଛି ସେହିପରି ଗତ କିଛି ଦିନ ତଳେ ଏକ ଗାଡି କୁ ଧରା ଯାଇ ଥିଲା ପୁଣି । ଗତ କାଲି ମଧ୍ୟ ଏକ ଗାଡି ଧରାପଡିଛି ।

ଲେଲିଗୁମା ରିର୍ଜବ ଜଙ୍ଗଲ ଅଧିନରେ ନିଶିଖାଲ ଅଞ୍ଚଳରେ ଓଡିଶା ଖଣି ନିଗମ ରୁ ଖଣି ଉତ୍ତଳନ କରୁଥିଲା ହେଲେ କିଛି ବର୍ଷ ଖଣି ଖନନ ବନ୍ଦ ଅଛି । ସରକାର ଙ୍କ ଖାମଖିଆଲି ନିତି ଯୋଗୁଁଖଣିଜ ପଥର ଗୁଡିକ ଏଣେତେଣେ ପଡିରହିଛି। ଖଣି ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡି ମୂଲ୍ୟବାନ ଖଣିଜ ପଥର ଗୁଡିକ ଚୋରା ଚାଲାଣ ହେଉଛି।

ଠିକ ସେମିତି ଗତକାଲି ସନ୍ଧ୍ୟାରେ ଟିକିରି ବନ ବିଭାଗ କୈାଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରି ସେଠି ଙ୍କ ନିର୍ଦଶରେ ଲେଲିଗୁମା ନିକଟରେ ପେଟ୍ରୋଲିଂ କରିବା ସମୟରେ ଚୋରା ମାଙ୍ଗାନିଜ ପଥର ବୋଝେଇ ହାଇଓ୍ବା କୁ ଜବତ କରିଛନ୍ତି। ଉକ୍ତ ଗାଡିର ନମ୍ବର ହେଉଛିOD18A8999।ତଦନ୍ତ ଚାଲିଥିବା କହିଛନ୍ତି ।



