Home ଆଞ୍ଚଳିକ ଓଡ଼ିଶା ଓ ଆସିକାର ଗୌରବ ସଞ୍ଜୟ କୁମାର ବେହେରା ।

ଓଡ଼ିଶା ଓ ଆସିକାର ଗୌରବ ସଞ୍ଜୟ କୁମାର ବେହେରା ।

47

ଆସିକ, (ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମି ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଙ୍କ କୃତିତ୍ତ୍ବ ହାସଲ। ଜାତୀୟ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ମନୋନୀତ ହୋଇ କୋଲକାତା ଅଭିମୁଖେ ଯାତ୍ରା କରିବେ ନବମ ଶ୍ରେଣୀର ଛାତ୍ର ସଞ୍ଜୟ କୁମାର ବେହେରା। ରାଜ୍ୟ ସ୍ତରରେ କୃତିତ୍ତ୍ବ ହାସଲ କରି ପ୍ରଥମ ସ୍ଥାନ ଅଧିକାର କଲାପରେ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି। ଜାତୀୟ ସ୍ତରରେ ସଞ୍ଜୟଙ୍କ ସଫଳତା କାମନା କରିବା ସହ ଗ୍ରାମରେ ପଟୁଆର ସହ ଶୋଭାଯାତ୍ରା କରି ଗ୍ରାମ ଲୋକେ ସଞ୍ଜୟଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶାର ପ୍ରତିନିଧିତ୍ବ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରାଇ ପାରିଥିବା ଏହି ଛାତ୍ର ଆସିକା ଅଞ୍ଚଳର ଗୌରବ ବୋଲି ଚାରିଆଡ଼େ ଚର୍ଚ୍ଚାର ପରିସରକୁ ଆସିଛି। ଏହି ଅବସରରେ ସରପଞ୍ଚ ଶ୍ରୀ ବିଜୟ କୁମାର ଦଳେଇ, ୨ନଂଜୋନ ଜିଲ୍ଲା ପରିଷଦ ଗୌରହରି ବେହେରା, ସମିତି ସଭ୍ୟ ସନ୍ତୋଷ କୁମାର ନାୟକ , ସ୍କୁଲର ପ୍ରଧାନଶିକ୍ଷକ ସମେତ ଗ୍ରାମର ଆବାଳବୃଦ୍ଧବନିତା ଏକତ୍ରିତ ହୋଇ ସଞ୍ଜୟଙ୍କୁ ଉତ୍ସାହ ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ସଞ୍ଜୟ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମଳୟ କୁମାର ପଣ୍ଡା, ପ୍ରକଳ୍ପ ପାଇଁ ଗାଇଡ୍ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଶ୍ରୀ ସତ୍ୟ ନାରାୟଣ ଦାସ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତାମାତାଙ୍କ ପ୍ରେରଣା ଓ ଶୁଭେଚ୍ଛା ରହିଥିବା କହିଛନ୍ତି। ସଞ୍ଜୟଙ୍କ ସଫଳତା ନିମନ୍ତେ ବିଦ୍ୟାଳୟ ତରଫରୁ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଡଃ ସନାତନ ପଣ୍ଡା, ଡି ଏସ ଏସ ପନକ ଭୂଷଣ ଭୂୟାଁ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ କୃତିବାସ ବାରିକ ,ବି ଆର ସି ସି ଏବଂ ସି ଆଇ ସି ସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାତୀୟ ସ୍ତରରେ ସଞ୍ଜୟଙ୍କ ସଫଳତା କାମନା କରି ଏହି ଶୋଭାଯାତ୍ରା ଫଳରେ ସଞ୍ଜୟଙ୍କ ମନୋବଳ ବହୁଗୁଣିତ ହୋଇପାରିଛି ବୋଲି ତାଙ୍କ ପିତାମାତା ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି ।

ରିପୋର୍ଟ ରତ୍ନାକର ଶିଅ ।