
ରାୟଗଡା , ୦୧/୦୬/୨୨ ( ଜିଲ୍ଲା ଖବର ) : କେନ୍ଦ୍ର ସରକାରଙ୍କ ଅଙ୍ଗନବାଡି ଯୋଜନା ଗ୍ରାମର ସାମଗ୍ରିକ ବିକାଶ ପାଇଁ କରାଯାଇଛି। ମୃତ୍ୟୁ ଠାରୁ ଜନ୍ମ ପର୍ଯ୍ୟନ୍ତ ଯେଉଁ ଯୋଜନା ମାନ ରହିଛି ସେ ସବୁ ଏହି ଯୋଜନା ହାତରେ ଟେକି ଦେଇଛନ୍ତି ସରକାର। ଏପରିକି ଶିଶୁ ଖାଦ୍ୟ ପୁଷ୍ଟି ହାର ପିଲାଙ୍କ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଖାଦ୍ୟ ବଣ୍ଟନ ସ୍ୱାସ୍ଥ୍ୟ ଗତ ସର୍ଭେ ଠାରୁ ଅରମ୍ବ କରି ବହୁତ ଗ୍ରାମୀଣ ଯୋଜନା ସେତେ କାହିଁକି ପିଲାଙ୍କୁ ବିଦ୍ୟାଳୟକୁ ଯିବାପାଇଁ ପ୍ରି ସ୍କୁଲ ଭଳି ଜନ ହିତକର ଯୋଜନା ରହିଛି କିନ୍ତୁ ଏହି ଗ୍ରାମରେ ଏହା ଦିଗହରା ହେଇଛି। ଏହି ଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା ଦୁର୍ଗମ କାଶୀପୁର ବ୍ଲକ ଅଞ୍ଚଳର ଖୁରିଗାଁ ପଞ୍ଚାୟତର ରାଉତ ଘାଟି ଗ୍ରାମରେ। ଏହି ଗ୍ରାମରେ ଆଦିବାସୀ ହରିଜନ ମିଶି ପ୍ରାୟ ୨୫୦ ଘର ରାହୁଥୁବା ବେଳେ ଏଠାକାର ଜନସଂଖ୍ୟା ୧୨୦୦ ଉର୍ଦ୍ଧ ହେବ। ଏହି କେନ୍ଦ୍ର ର ଛାତ୍ର ଛାତ୍ରୀ ସଂଖ୍ୟା ୧୫୦ ରୁ ଅଧିକ ହେବ।

ଏହି କେନ୍ଦ୍ର ଉପରେ ନିର୍ଭର କରି ଚଳନ୍ତି ଅଙ୍ଗନବାଡି କର୍ମୀ ମାସକୁ ଥରେ କିମ୍ବା ଦୁଇଥର ଆସନ୍ତି ଅନ୍ୟ ଦିନ କେନ୍ଦ୍ରଟି ବନ୍ଦ ରହେ ବୋଲି ଜୟସିଂ ମାଝୀ, ହିକିମି ମାଝୀ, ସାନ ଜେମା ମାଝୀ, ପାଳଙ୍ଗ ମାଝୀ କହିଛନ୍ତି। ସେମାନଙ୍କ ଅଭିଯୋଗ ଏହିକିଯେ ଦିଦି ନ ଆସିବାରୁ ପିଲାମାନେ ବେକାର ହେଇ ବୁଲୁଛନ୍ତି, ଅଣ୍ଡା ମଧ୍ୟ ମାସକୁ ଥରେ ଦିଆ ହେଉଛି ଖାଦ୍ୟ ଯେବେ ଆସିଲେ ସେବେ ରନ୍ଧା ହେଉଛି ନଚେତ ହେଉନି। ସେ କାଶୀପୁର ରେ ରହୁଥିବାରୁ ଏଭଳି ହେଉଛି ତାଙ୍କ ନାଁ ହେଉଛି କାମିନୀ କୁମାରୀ ପୁଝାରି ବୋଲି ଗ୍ରାମବାସୀ କହିଛନ୍ତି। ଆମ ପ୍ରତିନିଧି ଅଭିଯୋଗ ପାଇ ସେଠାକୁ ଯାଇ ପରଖିଲା ବେଳକୁ ସମୟ ପ୍ରାୟ ୮ ୩୦ ହେବ ରୋଷେଇଆ ହେଲପର ଲଷ୍ମୀ ଦେଇ ମାଝୀଙ୍କୁ ଖୋଜା ପଡିଲା ତାଙ୍କର ବି ଦେଖା ମିଳିଲା ନାହିଁ। ତେଣୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଖାଦ୍ୟ ଦେବାରେ ଅବହେଳା ହେଉଛି ଆମେ ଅଶିକ୍ଷିତ ବୋଲି ଆମକୁ ନାଲି ଆଖି ଦେଖାଉଛି ବୋଲି ଅଭିମନ୍ୟୁ ମାଝୀ, ଜୟସିଂ ମାଝୀ,ଗୋବିନ୍ଦ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଏହିକିଯେ ଏହି କେନ୍ଦ୍ର ଉପରେ ନିକଟସ୍ଥ ଅଡର ମାଝୀ, ପଣସ ପଦର, କୁଟରୁ ଘାଟି ନିର୍ଭର କରନ୍ତି। ତେଣୁ ଏହି ଦିଦିଙ୍କୁ ଉଛେଦ କରି ନିକଟରେ ଥିବା ଦିଦିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି।

ଏନେଇ ଶ୍ରୀମତୀ କାମିନୀ ଙ୍କୁ ଯୋଗାଯୋଗ କରିବାରୁ ହେଇ ପାରିନଥିଲା ତେଣୁ ଏହି ଅଞ୍ଚଳର ସୁପର ଭାଇଜର ଲଷ୍ମୀପ୍ରିୟା ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ କି ମୁଁ ନୂଆରେ ଜଏନ କରିଛି ତେଣୁ ତାଗିଦ କରିବି ବୋଲି କହିଥିଲେ। ସେହିଭଳି କାଶୀପୁର ସି ଡ଼ି ପି ଓ ସୌଦାମିନୀ ପତ୍ରଙ୍କୁ ପଚାରିବାରୁ ସେ କହିଥିଲେ ବାରମ୍ବାର କହିଲେ ସଠିକ ଭାବରେ ଯାଉ ନାହାଁନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବି କହିଛନ୍ତି। ବିଶେଷ ଦ୍ରସ୍ଥବ୍ୟ ଏହିକିଯେ ଏହି ଅଂଚଳ ଦୁର୍ଗମ ଓ ଆଦିବାସୀ ହେଇଥିବାରୁ ଅଞ୍ଚଳର ସରକାରୀ ଅଧିକାରୀ ମାନେ ଏହାର ଫାଇଦା ଉଠାଇ ଲୋକଙ୍କୁ ଠକୁଛନ୍ତି ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଠୁ ଅରମ୍ବ କରି ପ୍ରାୟ ସବୁ ଅଧିକାରୀ ମାନେ ଏହା ଜାଣି ଶୁଣି ଆଖି ବୁଜି ଦେଇଥିବା ଭଳି ଲାଗୁଛି।ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲାପାଳ ସମୃକ୍ତ ବିଭାଗ ଗୁଡିକୁ ଏଥି ପ୍ରତି ଧ୍ୟାନ ଦେବାକୁ ଦାବୀ କରିଛନ୍ତି।



