ରଜ କୁଇନ ବାଜି ମାରିଲେ ମୁନିଗୁଡା ର ସୌମିୟା ନାୟକ।

193

ବିଷମକଟକ , ୦୧/୦୬/୨୨ ( ଜିଲ୍ଲା ଖବର ) : ଗତ ଦୁଇଦିନ ଧରି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା କୁ ନେଇ ରଜ କୁଇନ ୨୦୨୨ ର ପ୍ରଥମ ସିଜେନ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଜ଼ିଲ୍ଲା ର ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ଏହି ମାନଙ୍କ ମଧ୍ୟରୁ ୨୦ ଜଣ ଙ୍କୁ ଚୟନ କରି ଫାଇନେଲ କୁ ନିଆଯାଇଥିଲା । ସେଥିରୁ ମୁନିଗୁଡା ର ସୌମ୍ୟ ନାୟକ ସମସ୍ତ ଙ୍କୁ ପଛରେ ପକାଇ ରାୟଗଡା ର ରଜ କୁଇନ ହୋଇଛନ୍ତି। ଦ୍ୱିତୀୟ ରେ ଝୁନି ଶବର ଓ ତୃତୀୟ ଟେ ସୁନେନା ସାହୁ ପାଇଛନ୍ତି।

ସେମାନେ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ ରାୟଗଡା ର ମହାବୀର ଜିମ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସେଞ୍ଚୁରିୟନ ୟୁନିଭେର୍ସିଟି ସ୍ପନସର କରିଥିଲେ ।

ଏହି କାର୍ଯ୍ୟକ୍ରମ ର ବିଚାରପତି ଭାବେ ସିନେ ତାରକା ମନୋଜ ମିଶ୍ର, ରାୟଗଡା ର ଡ଼କ୍ଟର ସାନ୍ଧ୍ୟରାଣୀ ଦଳେଇ ଓ ରାୟଗଡା କଣ୍ଠ ଶିଳ୍ପୀ ଅନୁରାଧା ପାଣିଗ୍ରାହୀ ନିୟୋଜିତ ହୋଇଥିଲେ ।

ପ୍ରଥମ କରି ଏହି ପରି ଏକ କାର୍ଯ୍ୟକ୍ରମ ରାୟଗଡା ଠାରେ ଅନୁଷ୍ଠିତ ହୋଇଥିବାରୁ ପ୍ରତିଯୋଗୀ ଜନସାଧାରଣ ବହୁତ ଖୁସୀ ଏହି ଅଞ୍ଚଳ ର ଲୁକାହିତ ପ୍ରତିଭା ବାହାରିପାରିବେ ।

ଏହି କାର୍ଯ୍ୟକ୍ରମ କରି ମହାବୀର ଜିମ ରାୟଗଡା ଜ଼ିଲ୍ଲା ର ଲୁକାକାହିତ ପ୍ରତିଭା ମାନଙ୍କୁ ଆଗେଇ ନେବା ପାଇଁ ଅଗୁକୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଚାଲୁ ରହିବ ବୋଲି ଜିମ ମାଲିକ ଦଳେଇ ବାବୁ କହିଛନ୍ତି ।