Friday, November 13, 2026
Home ଆଞ୍ଚଳିକ ସାନଖେମୁଣ୍ଡି ବ୍ଲକ ଠାରେ ଆଜି ପ୍ରଥମ ପଞ୍ଚାୟତ ସମିତି ବୈଠକ।

ସାନଖେମୁଣ୍ଡି ବ୍ଲକ ଠାରେ ଆଜି ପ୍ରଥମ ପଞ୍ଚାୟତ ସମିତି ବୈଠକ।

56

ସାନଖେମୁଣ୍ଡି , ୦୧/୦୬/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ଠାରେ ଆଜି ପ୍ରଥମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ

ଗାୟତ୍ରୀଦତ୍ତ ନାୟକ ମହୋଦୟ, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର,ଆସ୍କା ସାଂସଦ ପ୍ରମିଳା ବିଷୋୟୀ,

ସମସ୍ତ ଜ଼ିଲ୍ଲାପରିଷଦ ମେମ୍ବର, ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ସମିତି ସଭ୍ୟା, ଆସିଷ୍ଟାଣ୍ଟ ଇଞ୍ଜିନିଅର ମହୋଦୟ ଯୋଗ ଦେଇଥିଲେ।

ରାଜ୍ୟ ସରକାର ଙ୍କ ପ୍ରତ୍ୟକ ଯୋଜନା ଲୋକ ମାନଙ୍କ ପାଖରେ ସଠିକ ଭାବେ ପହଞ୍ଚିବ ତାହା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ , ପ୍ରତ୍ୟେକ ପଞ୍ଚାୟତ ରେ ରୋଡ ଘାଟ

ଏବଂ ଆଜିର କାର୍ଯ୍ୟକ୍ରମ ରେ ପାନୀୟ ଜଳ ଯେମିତି ସମସ୍ତ ଙ୍କ ଘରକୁ ପହଞ୍ଚିବ ସେ ଉପରେ ଗୁରୁତ୍ୱ ପୂର୍ଣ୍ଣ ଭାବେ ଆଲୋଚନା କରାଯାଇଥିଲା।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।