Monday, November 16, 2026
Home ଆଞ୍ଚଳିକ ବ୍ରହ୍ମାକୁମାରି ସଂସ୍ଥା ଦ୍ୱାରା ଶାନ୍ତି ସନ୍ଦେଶ ।

ବ୍ରହ୍ମାକୁମାରି ସଂସ୍ଥା ଦ୍ୱାରା ଶାନ୍ତି ସନ୍ଦେଶ ।

142

ବ୍ରହ୍ମପୁର , ୦୧/୦୬/୨୨ ( ଜିଲ୍ଲା ଖବର ) : ପ୍ରଭୂ ଉପହାର ରିଟ୍ରିଟ୍ ସେଣ୍ଟର ରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି ଏବଂ

ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ଦିଦି ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ଏହି ୭୫ ଦିବସୀୟ ଆତ୍ମନିର୍ଭର ରାଷ୍ଟ୍ରୀୟ କୃଷକ ଅଭିଯାନ ବର୍ତ୍ତମାନ ଶାନ୍ତି କୁଣ୍ଡ ଅନ୍ତର୍ଭୁକ୍ତ ବିଭିନ୍ନ

ଯେପରି ସରକାରୀ ଇଞ୍ଜିନିୟରିଂ ସ୍କୁଲ, ସରକାରୀ ପଲ୍ଲୀଟେକନିକ କଲେଜ, ରୋଲାଣ୍ଡ ଫାର୍ମାସି କଲେଜ ଆଦିର ଅଧ୍ୟାକ୍ଷ, ଅଧ୍ୟାପକ, ତଥା ବିଦ୍ୟାର୍ଥିଙ୍କ ସମେତ ଯୋଗ ବ୍ୟାୟାମର ଅଭ୍ୟାସୀ ଭାଇ ଭଉଣୀ ମାନଙ୍କୁ ବିଶ୍ବ ପର୍ଯ୍ୟାବରଣ ଦିବସର ମହତ୍ତ୍ବ ସ୍ପଷ୍ଟ କରି ସମସ୍ତଙ୍କୁ ସଚେତନ କରାଯାଇଥିଲା।

ଏପରି ଏହି ଅଭିଯାନ ବର୍ତ୍ତମାନ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ତଥା ଅନ୍ୟ ଅନୁଷ୍ଠାନ ଓ ବିଭିନ୍ନ ନିକଟତମ ଗ୍ରାମରେ ପରିକ୍ରମା ଦେଉଛି।

ଆଧ୍ୟାତ୍ମିକ ସଶକ୍ତିକରଣ କାର୍ଯ୍ୟକ୍ରମ ଦ୍ବାରା ସହର ବାସୀ ତଥା ନିକଟସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କର ଜନ ସାଧାରଣ ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ଥରରେ ଉପକୃତ ହୋଇଥିଲେ।