
ଭଞ୍ଜନଗର , ୩୧/୦୫/୨୨ ( ଜିଲ୍ଲା ଖବର ) : ପ୍ରଶାସନିକ ସେବାର ଅବହେଳାହେଉ ବା ସେଥିରେ କାର୍ଯ୍ୟ ରତ କର୍ମଚାରୀ ଙ୍କ ଖାମ୍ ଖିଆଲି ମନୋଭାବ ହେଉ।
ସେଥିରେ ବଳିପଡିଛନ୍ତି,ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଡିହପଢାଳ ଗ୍ରାମପଞ୍ଚାୟତ ର ବିଭିନ୍ନ ଭତ୍ତା ପାଇବା ପାଇଁ, ଯୋଗ୍ୟ ବୟୋଜ୍ୟେଷ୍ଠା ହିତାଧିକାରୀ।


ଆମେ କହିବାକୁ ଯାଉଛୁ, ଭଞ୍ଜନଗର ସହର ର ଡିହପଢାଳ ଗ୍ରାମପଞ୍ଚାୟତ ର ଆଖପାଖ ଅଞ୍ଚଳର, ସରକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ବିଷୟରେ। ଏବଂ ଏହି ପଞ୍ଚାୟତ ର କେତେକ ଗ୍ରାମର ପାନୀୟ ଜଳର ଉତ୍କଟ ଅଭାବ ବିଷୟରେ।

ଦୀର୍ଘଦିନ ହେବ, ଏହି ପଞ୍ଚାୟତ ର ବୃଦ୍ଧ ଓ ବୃଦ୍ଧା ମାନେ ସରକାରୀ ସାହାଯ୍ୟ ନପାଇ କିପରି ଦୁଃଖ କଷ୍ଟରେ ଦିନ ଅତିବାହିତ କରୁଛନ୍ତି, ତାହା କେବଳ ସେମାନଙ୍କ ଠାରୁ ଶୁଣିଲେ ହିଁ ଜାଣିପାରିବା।

ଏଥିରେ ପ୍ରଶାସନିକ କ୍ଷେତ୍ରରେ କୌଣସି ନା କୌଣସି ଠାରେ ଭୁଲ୍ ନିଶ୍ଚିତ ଅଛି। ତାହା ବ୍ଳକ୍ ସ୍ତରରେ ହେଉ କିମ୍ବା ପଞ୍ଚାୟତ ସ୍ତରରେ। କିନ୍ତୁ ଏବେ ଗ୍ରାମବାସୀ ଙ୍କ ପ୍ରଶାସନ ପାଖରେ ଗୋଟିଏ ନିବେଦନ ଯେ, ଏହି ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ମିଳିବାରେ ତତ୍ୱରତା ପ୍ରକାଶ କରନ୍ତୁ। ଯାହାଫଳରେ ଏମାନେ ଉପକୃତ ହୋଇ ପାରିବେ।

ଅନ୍ୟ ପକ୍ଷରେ, ଏହି ପଞ୍ଚାୟତ ର କେତେକ ଗ୍ରାମରେ, ପାନୀୟ ଜଳର ଉକ୍ରଟ ସମାସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଛି। ଏଥିପାଇଁ ଅନେକ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇ ଥିଲେ ମଧ୍ୟ, ଏହାର କିଛି ସମାଧାନ ହୋଇପାରିନାହିଁ। କେବଳ କେତୋଟି ନଳକୂପ ଓ କୂଅ ଉପରେ ସଂପୂର୍ଣ୍ଣ ଭରଷା କରି ଚଳୁଛନ୍ତି, ଏହି ଗ୍ରାମବାସୀ। ତାହା ପୁଣି ଗ୍ରୀଷ୍ମ ରୁତୁରେ ଶୁଖି ଯାଉଛି।ଏହିପରି ଭାବରେ ସେମାନେ ପାନୀୟ ଜଳର ନାହିଁ ନଥିବା ଅସୁବିଧା ର ସମୁର୍ଖିନ ହେଉଛନ୍ତି।

ଏହି ବିଷୟରେ , ଜନସାଧାରଣ ପ୍ରଶାସନ କୁ ନିବେଦନ କରି ଥକି ଗଲେଣି। ଏପରି ସମସ୍ୟା ବିଷୟରେ , ଆମେ ଗ୍ରାମବାସୀ ଙ୍କ ତରଫରୁ, ଗ୍ରାମ ମୂଖୀଆ ଙ୍କ ମତାମତ ନେଇଥିଲୁ। ତାଙ୍କରି ମନ୍ତବ୍ୟ ଅନୁସାରେ–ନିଜ ପଞ୍ଚାୟତ ର ପାଖାପାଖି ୧୫୦ ଲୋକଙ୍କ ବାର୍ଦ୍ଧକ୍ୟ ଭତ୍ତା ଅନ୍ ଲାଇନ୍ ରେ ଆବେଦନ କରାଯାଇଛି ଏବଂ ପାନୀୟଜଳ ସମସ୍ୟା ବିଷୟରେ ମଧ୍ୟ ବ୍ଳକ୍ ସ୍ତର ବୈଠକରେ ଆଲୋଚନା କରାଯାଇଛି। ଯାହାକି , କମ୍ ଦିନରେ ଏହି ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳିଛି।


