
ଗୁଣପୁର, ୩୧/୦୫/୨୨ ( ଜିଲ୍ଲା ଖବର ) : ଗୁଣପୁର ମହାବିଦ୍ୟାଳୟରେ ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଓ ଏନସିସି ବିଭାଗର ମିଳିତ ଆନୁକୂଲ୍ୟରେ ଏ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ତମ୍ବାଖୁ ସେବନ କରୁଥିବା ଲୋକ, ନିଜର ତଥା ପରିବେଶ ଏବଂ ଆଖପାଖରେ ଥିବା ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ତମ୍ବାଖୁ ସେବନ କରିବା ଅନୁଚିତ୍ । ଏହି ବିଷୟକୁ ଦୃଷ୍ଟିରେ ରଖି ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।ଏଥିରେ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ । ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ଏହି ଦିବସ ପାଳନ କରିବାର ଆବଶ୍ୟକତା ସଂପର୍କରେ ଅନ୍ଯମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ତମ୍ବାଖୁର ଭୟାବହତା ଉପରେ ଆଲୋକପାତ କରିଥିଲେ । ଏନ୍ଏସ୍ଏସ୍ ଓ ଏନସିସିର ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜର ମନ୍ତବ୍ଯ ଉପସ୍ଥାପନ କରିଥିଲେ । ଶେଷରେ ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।



