
ଧରାକୋଟ , ୩୧/୦୫/୨୨ ( ଜିଲ୍ଲା ଖବର ) : ଧରାକୋଟ ବ୍ଲକ ଠାରେ ଆଜି ପ୍ରଥମ ପଞ୍ଚାୟତ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିସ ବେହେରା ମହୋଦୟ,


ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ମନୋଜ କୁମାର ସାହୁ, ଅତିରିକ୍ତ ବିଡ଼ିଓ, ସମସ୍ତ ଜ଼ିଲ୍ଲାପରିଷଦ ମେମ୍ବର, ସମସ୍ତ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ, ସଭ୍ୟା. ଆସିଷ୍ଟାଣ୍ଟ ଇଞ୍ଜିନିଅର ମହୋଦୟ ଏବଂ ସାମ୍ବାଦିକ ବନ୍ଧୁ ମାନେଏବଂ ମୁଁ ଯୋଗ ଦେଇଥିଲୁ ।



ରାଜ୍ୟ ସରକାର ଙ୍କ ପ୍ରତ୍ୟକ ଯୋଜନା ଲୋକ ମାନଙ୍କ ପାଖରେ ସଠିକ ଭାବେ ପହଞ୍ଚିବ ତାହା ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି ମୁଁ କହିଥିଲି ।





ଏବଂ ଆଜିର କାର୍ଯ୍ୟକ୍ରମ ରେ ପାନୀୟ ଜଳ ଯେମିତି ସମସ୍ତ ଙ୍କ ଘରକୁ ପହଞ୍ଚି ବ ସେ ଉପରେ ଗୁରୁତ୍ୱ ପୂର୍ଣ୍ଣ ଭାବେ ଆଲୋଚନା କରାଯାଇଥିଲା ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।


