Home ଆଞ୍ଚଳିକ ସାଇନ୍ସ ଫର କ୍ଲିନିଲିନେସ ପ୍ରକଳ୍ପ ପାଇଁ ପୂର୍ବାଚଂଳ ଜୋନାଲ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହେଲେ...

ସାଇନ୍ସ ଫର କ୍ଲିନିଲିନେସ ପ୍ରକଳ୍ପ ପାଇଁ ପୂର୍ବାଚଂଳ ଜୋନାଲ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହେଲେ ନବମ ଶ୍ରେଣୀ ଛାତ୍ର ସଞ୍ଜୟ କୁମାର ବେହେରା

86
ବିଜ୍ଞାନ ମେଳାକୁ ମନୋନୀତ ହେଲେ ନବମ ଶ୍ରେଣୀ ଛାତ୍ର ସଞ୍ଜୟ କୁମାର ବେହେରା ।

ଆସିକା,୨୩/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ;  ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନ ଦେବଭୂମୀ ଗ୍ରାମପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣି ଛାତ୍ର ସଞ୍ଜୟ କୁମାର ବେହେରା ସାଇନ୍ସ ଫର କ୍ଲିନିଲିନେସ ପ୍ରକଳ୍ଫ ପାଇଁ କଲିକତା ଠାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଚଂଳ ଜୋନ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛନ୍ତି । ଏହି ବିଜ୍ଞାନ ମେଳା କଲିକତା ଠାରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଅନୁଷ୍ଠିତ ହେବ । ନବମ ଶ୍ରେଣି ଛାତ୍ର ସଞ୍ଜୟ କୁମାର ବେହେରା ଅନୁଗୁଳ ହାଇସ୍କୁଲ,ଅନୁଗୁଳ ଠାରେ ୩ ଦିନ ଧରି ଅନୁଷ୍ଠୀତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ସାଇନ୍ସ ଫର କ୍ଲିନିଲିନେଓ ପ୍ରକଳ୍ଫ ପ୍ରଦର୍ଶନ କରିଥିଲେ । ଏହି ପ୍ରକଳ୍ପର ଲକ୍ଷ୍ୟ ଓ ଉଦେ୍ଧଶ୍ୟକୁ ଅତି ସରଳ ଭାବେ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ ହୋଇଥିଲେ ।

ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା କିପରୀ ଡିଜେଲ ଓ ପେଟ୍ରୋଲ ଉତ୍ପାଦନ କରାଯାଇପାରିବ,ସହର ଓ ଗ୍ରାମାଚଂଳରେ ରୋଡ କ୍ଲିନ ଭେଇକେଲ ଦ୍ୱାରା ବର୍ଜ୍ୟବସ୍ତୁକୁ ରାସ୍ତାରୁ ସଫା କରିବା ଏବଂ ପ୍ଲାଷ୍ଟିକ ଓ ପଲିଥିନକୁ ଉତପ୍ତ କରାଯାଇ ସେଥିରୁ ଉତ୍ପନ୍ନ ତାପଶକ୍ତିକୁ ବିନିଯୋଗ କରି ସେଥିରୁ ବିଦ୍ୟୁତ ଉତ୍ପାଦନ କରିବା ଏବଂ ଆମେ ବ୍ୟବହାର କରିଥିବା ବଳକା ଜଳକୁ ପୁନଃର୍ବାର ପାର୍ଶିଆଲି ପ୍ୟୁରିଫିକେଶନ ଅର୍ଥାତ ଆଶିଂକ ବିଶୋଧନ କରି ସେହି ଜଳକୁ ବଗିଚାରେ ଲଗାଇଥିବା ଗଛ ପାଇଁ ବ୍ୟବହାର କରି ପାରିବା ପ୍ରମୁଖ ରହିଛି । ଅନୁଗୁଳ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଶିକ୍ଷା ବିଭାଗ ଡେପୁଟି ସ୍ପିକର,ଏସଇଆରଟି ଡେପୁଟି ଡାଇରେକ୍ଟର ଡଃ.ନିବେଦିତା ନାୟକ, ଏନସିଆରଟି ପ୍ରଫେସର ଡଃ.ଦିନେଶ କୁମାର ପ୍ରମୁଖ ଏହି ପ୍ରକଳ୍ପକୁ ଦେଖି ଚୟନ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଆସିକା ବ୍ଲକ ଦେବଭୂମି ଗ୍ରାମପଚାଂୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଶୁଭେଚ୍ଚା ଜଣାଇଥିଲେ । ସଞ୍ଜୟର ଏହି ସଫଳତା ଯୋଗୁଁ ଅଭିଭାବକ ଓ ସ୍ଥାନୀୟ ଅଚଂଳରେ ବିଭିନ୍ନ ମହଲରୁ ପ୍ରଶଂସା ଛୁଟିଛି ।