
ରାୟଗଡା , ୩୧/୦୫/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଳା ଅମ୍ବାଦଳା ରେଳ ଷ୍ଟେସନ ରେ ୬ଟି ଏକ୍ସପ୍ରେସ ରହଣି ଦାବିରେ ଅମ୍ବାଦଳା ଜନସାଧାରଣ ପକ୍ଷରୁ ରେଳରୋକ କରାଯାଇଛି ।



ଯାହା ଫଳରେ ମୁନିଗୁଡା ଷ୍ଟେସନ ରେ ଅଟକି ରହିଛି ଭୁବନେଶ୍ୱର ଜୁନାଗଡ ଏକ୍ସପ୍ରେସ , ସିଙ୍ଗାପୁର ରେ ଟାଟା ୟୋସବନ୍ତପୁର ଓ ଟିଟିଲାଗଡ ଠାରେ ତପସ୍ବୀନି ଏକ୍ସପ୍ରେସ ଅଟକି ରହିଛି ।



କରୋନା କଟକଣା ବେଳେ ଏହି ଏକ୍ସପ୍ରେସ ଟ୍ରେନ ସବୁ ରହଣି ବାତିଲ କରାଯାଇଥିଲା। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଏହି ଟ୍ରେନ ସବୁ ଅମ୍ବାଦଳା ଷ୍ଟେସନରେ ରହୁ ନଥିବାରୁ ଏହି ରେଳ ରୋକ କରାଯାଇଛି।



ଏହି ରେଳ ଷ୍ଟେସନ ଉପରେ ରାୟଗଡା ଜିଲ୍ଲା ସମେତ କଳାହାଣ୍ଡି ଓ କନ୍ଧମାଳର ବହୁ ଅଞ୍ଚଳ ବାସୀ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହେଇଛି ସେହି ପର୍ଯ୍ୟନ୍ତ ଏହି ରେଳ ରୋକ ଜାରି ରହିବ ବୋଲି ଅମ୍ବାଦଳା ଜନ ସାଧାରଣ ଦାବି କରି ରେଳ ଧାରଣା ରେ ବସିଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯାଇଛି।


