
ବିଷମ କଟକ , ୩୧/୦୫/୨୦୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିଷମ କଟକ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ରେ ସ୍ଥାନୀୟ କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆଯାଇ ନାହିଁ ବୋଲି ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।




ଜିଲ୍ଲା ପ୍ରଶାସନ ଓ ବ୍କକ୍ ପ୍ରଶାସନର ଏହି ପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ତଳେ ରାୟଗଡା ଜିଲ୍ଲା ସାମ୍ବାଦିକ ମାନଙ୍କୁ ଜିଲ୍ଲା ପରିଷଦ ବୈଠକରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା ଏବଂ ଆଜି ବିଷମକଟକ ବ୍କକ୍ ରେ ଯୁଗ୍ମ ଅଭିଯୋଗ ସୁଣାନିରେ ମଧ୍ୟ ବିଷମକଟକ ବ୍କକ୍ ର କୈଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାହିଁକି ସୂଚନା ଦିଆଯାଇନଥିଲା।


ଏଠି ଜିଲ୍ଲା ପ୍ରଶାସନ ଓ ବ୍କକ୍ ପ୍ରଶାସନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି କେତେ ଆନ୍ତରିକତା ରହିଛି ଏଠି ସୋଷ୍ଟ ଭାବରେ ଜଣାପଡିଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର,ଉପ ଆରକ୍ଷୀ ଅଧିକ୍ଷକ ରାମଚନ୍ଦ୍ର ସାହ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ, ,




ପଞ୍ଚାୟତ ସମିତି ଅଧକ୍ଷା ଯସଦା ହୁଈକା, ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲଭର୍ଟ ଲାକ୍ରା,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦଶ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ରାୟଗଡ,ଦୟାନିଧି ବାଘ, ତହସିଲଦାର ଶୁଭେନ୍ଦୁ ଜେନା,

ଜିଲ୍ଲା ପଞ୍ଚାୟତ ଅଧିକାରୀ , ରାୟଗଡ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ଭିକ୍ତରୀଆ କୁଲୁ ,ଜିଲ୍ଲା ଯୋଗାଣ ଅଧିକାରୀ, ରାୟଗଡ଼,ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଆଜି ମୋଟ ୩୮ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୨ ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା ଏବଂ ୩ ଗୋଟି ରେଡ୍କ୍ରସ ସହାୟତା ନିମନ୍ତେ ଅଭିଯୋଗ କରିଥିଲେ ।





