Monday, October 19, 2026
Home ଅପରାଧ ଆଇପିଏଲ ବେଟିଙ୍ଗ ବେଳେ ୪ ଗିରଫ,୭ ଲକ୍ଷ ୬୦ ହଜାର ଟଙ୍କା ସହିତ ୬ ମୋବାଇଲ...

ଆଇପିଏଲ ବେଟିଙ୍ଗ ବେଳେ ୪ ଗିରଫ,୭ ଲକ୍ଷ ୬୦ ହଜାର ଟଙ୍କା ସହିତ ୬ ମୋବାଇଲ ଜବତ ।

68

ଆସିକା , ୩୦/୦୫/୨୨ ( ଜିଲ୍ଲା ଖବର ) : ଚଳିତ ଆଇପିଏଲ ର ଫାଇନାଲ ମେଚରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଲିଥିଲା ବଡଧରଣ ବେଟିଙ୍ଗ l ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା l ଆଉ ଏହି ଆଇପିଏଲ ବେଟିଙ୍ଗ ବେଳେ ଆସିକା ପୋଲିସ କଲା ଚଢ଼ାଉ l ଗିରଫ ହେଲେ ୪ ଅଭିଯୁକ୍ତ l ଜବତ ହେଲା ୭ ଲକ୍ଷ ୬୦ ହଜାର ଟଙ୍କା ସହ ୬ ମୋବାଇଲ l

ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣ ୬ ଫେରାର ଅଛନ୍ତି l ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଆସିକା ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଆଇପିଏଲ ବେଟିଙ୍ଗ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା l

ଆସିକା ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏକ ପେଟ୍ରୋଲିଙ୍ଗ ଟିମ ସେଠାରେ ଚଢ଼ାଉ କରିଥିଲା l ପୋଲିସ କୁ ଦେଖି ଛାତ୍ର ଭାଙ୍ଗ ଦେଇଥିଲେ ଅଭିଯୁକ୍ତ ମାନେ l ତେବେ ପୋଲିସ ଘଟଣା ସ୍ଥଳରୁ ଆଇପିଏଲ ବେଟିଙ୍ଗ ରେ ସମ୍ପୃକ୍ତ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା l

ସେମାନଙ୍କ ନିକଟରୁ ୭ ଲକ୍ଷ ୬୦ ହଜାର ଟଙ୍କା ସହିତ ୬ଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆଇପିଏସ ନଚିକେତ ସେଲକେ l

ସେପଟେ ଫେରାର ୬ ଜଣ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ l ଯୁବପିଢ଼ି ଏହିଭଳି ଅନଲାଇନ ବେଟିଙ୍ଗ ଠାରୁ ଦୁରେଇ ରହିବାକୁ ସଚେତନ କରିଛନ୍ତି ଇପିଏସ l