
ରାୟଗଡା , ୩୦/୫/୨୨ ( ଜିଲ୍ଲା ଖବର ) : କୋଭିଡ ମହମାରିରେ ନିଜର ପିତାମାତାଙ୍କୁ ହରେଇ ଅସହାୟ ହୋଇଥିବା ଶିଶୁ ମାନଙ୍କ ପାଇଁ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପିଏମ କେଆରସ ଫୋର ଚିଲଡ୍ରେନ ଯୋଜନାର ଆଜି ସାରାଦେଶରେ ଶିଶୁଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି l ଏହା ଯେଉଁ ଶିଶୁମାନଙ୍କ ପିତାମାତା ଉଭୟ କୋଭିଡ ମହାରିରେ ଆକ୍ରାନ୍ତ ହୋଇ ୧୧ ମାର୍ଚ୍ଚ,୨୦୨୦ରୁ ଫେବୃଆରୀ ୨୮,୨୦୨୨ ମଧ୍ୟରେ ମୃତ୍ୟୁବରଣ କରିଥିବେ l

ପିତାମାତାଙ୍କ ମଧ୍ୟରୁ କେହି ଭି ଜଣେ କୋଭିଡ ଆଗରୁ ମୃତ୍ୟୁବରଣ କରିଥିବେ,ଆଉ ଯିଏ ଜଣେ ବଞ୍ଚି ଥିଲେ ତାଙ୍କର କୋଭିଡ ଯୋଗୁଁ ୧୧ ମାର୍ଚ୍ଚ,୨୦୨୦ରୁ ୨୮ଫେବୃଆରୀ ୨୦୨୨ ମଧ୍ୟରେ ମୃତ୍ୟୁବରଣ କରିଥିବ ତାଙ୍କର ଅସହାୟ ଶିଶୁ ମାନଙ୍କର ଯତ୍ନ ନେବାକୁ ନଥିଲେ ସେହିପରି ଶିଶୁମାନଙ୍କ ଭବିଷ୍ୟତ ଗଢିତୋଳିବା ନିମନ୍ତେ ଏହି ପ୍ରଧାନମନ୍ତ୍ରୀ ଶିଶୁ ଜତ୍ନ ଯୋଜନାର(PM Cares for Children) ପରିକଳ୍ପନା ୨୯/୦୩/୨୦୧୯ କରାଯାଇଥିଲା l

ଏହି ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡ଼ିଓ କଂଫେରେନ୍ସିଂଘ ମାଧ୍ୟମରେ ଉତ୍ସର୍ଗକୃତ କରିଛନ୍ତି l ରାୟଗଡ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରରୁ ସିଧା ପ୍ରଶାରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରାୟଗଡ ସରୋଜ କୁମାର ମିଶ୍ର, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ. ଭାସ୍କର ରାଓ,ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଓ ସୋମନାଥ ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମଚନ୍ଦ୍ର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜା କିଶୋର ସାହୁ, ଜିଲ୍ଲା ଜୁଭେନାଇଲ ଜୁଷ୍ଟିସ ବୋର୍ଡର ମାଜିଷ୍ଟ୍ରେଟ ଦେବୀଜ୍ୟୋତି ମହାପାତ୍ର, ଆଦି ଯୋଗଦନ କରିଥିଲେ l

ରାୟଗଡ ଜିଲ୍ଲାର ୪ଜଣ ଯୋଗ୍ୟ ବିବେଚିତ ଶିଶୁକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସେହି ଅର୍ଥ ପୋଷ୍ଟଫିସରେ ଜମା କରାଯିବ ଯାହାକି ୧୮ବର୍ଷ ବୟସ ବେଳକୁ ୧୦(ଦଶ)ଲକ୍ଷ ହେବ ଏବଂ ତାହା ଯୁଗ୍ମ ଭାବରେ ଜିଲ୍ଲାପାଳ ଓ ଶିଶୁଙ୍କ ନାମରେ ପରିଚାଳିତ ହେବ l ୧୮ରୁ୨୩ ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କlର ସୁଧ ପିଲାର ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପାଇଁ ମାସକୁ ମାସକୁ ନିଜ ଖାତାକୁ ପାଠାଯିବ l ୨୩ବର୍ଷ ପୂରଣ ପରେ ୧୦ଲକ୍ଷ ଟଙ୍କା ପିଲାଟି ସ୍ବାଧୀନ ଓ ଦାୟିତ୍ୱବାନ ଭାବେ ମାଲିକାନା ପ୍ରାପ୍ତ ହେବ l ଏହା ପୂର୍ବରୁ ଅନୁକମ୍ପା ରାଶି ୫୦ହଜାର ଟଙ୍କା ଦିଆଯାଇଥିଲା l

ପିଲାର ଉଚ୍ଚ ଶିକ୍ଷା ପାଇଁ ଋଣ ସହାୟତାର ସୁଧ ପିଏମ କେଆରସ ବହନ କରିବ l ପିଲାମାନଙ୍କର ରହିବା ଓ ବଂଚିବା ନିମନ୍ତେ ତାଙ୍କର ଆତ୍ମୀୟ ମାନଙ୍କ ପାଖରେ ଥୋଇଥାନ ବ୍ୟବସ୍ଥା କରାଯାଇଛି l ଶିଶୁ ସୁରକ୍ଷା ଯୋଜନାରେ ମାସକୁ ୨୦୦୦ଟଙ୍କା ଲେଖାଏଁ ଦିଆଯାଇଛି ଗତ ଅପ୍ରେଲ ମାସରୁ ପିଛିଲା ଭାବେ ୪ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ l ଆଜି ଘୋଷଣl ଅନୁଯାୟୀ ପ୍ରତ୍ୟେକ ପିଲାର ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ବର୍ଷକୁ ୨୦ହଜାର ଟଙ୍କା ଲେଖାଏଁ ଦିଆଯିବ l ଉଚ୍ଚ ଶିକ୍ଷା ନିମନ୍ତେ ସ୍ୱାନାଥ ସ୍କଲlର୍ସପି ଯୋଜନାରେ ପିଲାକୁ ବର୍ଷକୁ ୫୦ହଜାର ଟଙ୍କା ଦିଆଯିବ l ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ଦକ୍ଷତା ତାଲିମ ପ୍ରଦାନ କରାଯିବ l

ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ବର୍ଷକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି l ଜିଲ୍ଲାର ୪ଜଣ ଯାକ ଶିଶୁଙ୍କୁ ଆଜି ସ୍ୱାସ୍ଥ୍ୟ ବୀମା କାର୍ଡ, ପୋଷ୍ଟ ଅଫିସ ଜମା ଖାତା,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ଓ ସ୍ନେହପତ୍ର ,ସ୍କୁଲ ବ୍ୟାଗ, ପାଣି ବୋତଲ, ଛତl ଆଦି କରାଯାଇଥିଲା l


