
ନବରଙ୍ଗପୁର , ୩୦/୫/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ତେନ୍ତୁଳୀଖୁଣ୍ଟି ବ୍ଳକ ପରିସରରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ରଜନୀ କାନ୍ତ ଭକ୍ତ ଙ୍କୁ
ସଂଘବଧ ଆକ୍ରମଣ ଘଟଣାରେ ଆଜି ପାଞ୍ଚ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।



ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ ଥାଉ କି ଗତ ୨୪/୦୫/୨୦୨୨ ରିଖ ଦିନ ଗୋକୁଳ ନାୟକ ଓ ତାଙ୍କ ସହଯୋଗୀ ସହିତ ଆସି ବ୍ଳକ ପରିସରରେ କାର୍ଯ୍ୟରତ ଜେଇଙ୍କୁ ଫୋନ କରି ଡାକି କାମର ବିଲ କରିବା ପାଇଁ କହିଥିଲେ ।

ମନା କରିବାରୁ ତାଙ୍କୁ ଖଣ୍ଡା ପିସ୍ତଲ ସହିତ ଆକ୍ରମଣ କରିଥିବା ନେଇ ତେନ୍ତୁଳୀଖୁଣ୍ଟି ଥାନାରେ କେଶ ନଂ PC – 82/22 ଏକ ମାମଲା ରୁଜୁ ହୋଇଥିଲା ।

ଆଜି ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ତେନ୍ତୁଳୀଖୁଣ୍ଟି ଆଇ ଆଇ ସି l


ସମସ୍ତ ରାଜନୈତିକ ଦଳ ବିରୋଧ ଏହି ଘଟଣାକୁ ନିନ୍ଦା କରି ଥିବାବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ l
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।



