Sunday, November 15, 2026
Home ଆଞ୍ଚଳିକ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ହିନ୍ଦୁ ପରିବାରର ବୋହୁ।

ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ହିନ୍ଦୁ ପରିବାରର ବୋହୁ।

124

ବିଷମକଟକ , ୩୦/୦୫/୨୨ (ଜିଲ୍ଲା ଖବର) : ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ପାଳନ କରାଯାଇଥାଏ। ବୈଶାଖ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ହିନ୍ଦୁ ଧର୍ମ ର ପ୍ରତ୍ୟେକ ଘରେ ପାଳନ ହୋଇଥାଏ । ସାବିତ୍ରୀ ବ୍ରତ, ସ୍ବାମୀ ଙ୍କ ଦିର୍ଘାୟୁ ପାଇଁ ସ୍ରୀ ମାନେ ଏହି ବ୍ରତ କରିଥାନ୍ତି।

ପୌରାଣିକ ତଥ୍ୟରୁ ଉଦ୍ଧୃତା । ଅନୁଯାୟୀ ସ୍ବାମୀ ଙ୍କ ଜିବନ ଫେରି ପାଇବା ପାଇଁ ସାବିତ୍ରୀ ଯମରାଜାଙ୍କୁ ନିକଟରେ ଅଳି କରି ନିଜ ସ୍ବାମୀଙ୍କ ଜିବନ ଫେରେଇ ଆଣିଥିଲେ ଓ ନିଜ ସତୀତ୍ୱ ର ପରିଚୟ କଥା ପୁରାଣରେ ବର୍ଣ୍ଣିତ ଅଛି।ଏହି ପୌରାଣିକ ତଥ୍ୟକୁ ଆଧାର କରି ହିନ୍ଦୁ ନାରୀ ମାନେ ପ୍ରତିଘରେ କିମ୍ବା ସଂଗଠିତ ହୋଇ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ।

ଏହି ଦିନ ସଧବା ନାରୀମାନେ ନିର୍ଜଳ ଉପବାସ ରହି ବ୍ରତ କରିଥାନ୍ତି । ଯୁଗର ପରିବର୍ତ୍ତନ ସ୍ଥିତି କୁ ନେଇ କିଛି ନାରୀ ଚାକଚକ୍ୟ ଓ ପାଶ୍ଚାତ୍ୟ ଦେଶ ର ପରମ୍ପରା ଅନୁସରଣ କରି ପର୍ବପର୍ବାଣୀ ଠାରୁ ଦୁରେଇ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ନିଜ ଧର୍ମ ଓ ପରମ୍ପରା କୁ ମଧ୍ୟ କିଛି ନାରୀମାନେ ଆଗ୍ରହର ସହିତ ମାନିଥିବା ଦେଖିବାକୁ ମିଳୁଛି।