
ଆସିକା,୨୩/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବାଣିବୀହାର ସ୍ଥିତ ଲାଏୟନ୍ସ କ୍ଲବ କମ୍ୟୁନିଟ ହଲ ପରିସର ମଧ୍ୟରେ ବାଣିବୀହାର ଇନଷ୍ଟିଚ୍ୟୁଟ ଅଫ ଆଇଡିଏଲ କମ୍ପ୍ୟୁଟର ଆକାଡେମୀର ୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ସଭାପତି କାଳୁଚରଣ ପାତ୍ର ସଭାପତିତ୍ୱ କରିଥିବା ବେଳେ ଡାଇରେକ୍ଟର ସୁରେଶ କୁମାର ପାତ୍ର ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ସମ୍ମାନୀତ ଅତିଥି ଭାବେ ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଅଶ୍ୱିନୀ କୁମାର ଦାଶ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ମନୋରଞ୍ଜନ ସାହୁ, ଅନ୍ୟତମ ଇଂରାଜୀ ଶିକ୍ଷକ ସୁଧାକର ସ୍ୱାଇଁ,ଗଣିତ ଶିକ୍ଷକ ସୁନୀଲ କୁମାର ସାହୁ,ଆଇଟି ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା ।

ଡାଇରେକ୍ଟର ସୁରେଶ କୁମାର ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ଶିକ୍ଷାନୁଷ୍ଠାନର ସମ୍ପର୍କିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ତାଙ୍କ ବକ୍ତବ୍ୟରେ କମ୍ପ୍ୟୁଟର ଭଳି ଶିକ୍ଷାନୁଷ୍ଠାନରେ ଉନ୍ନତ ମାନର ଶିକ୍ଷା ପ୍ରଦାନକୁ ପ୍ରଶଂସା କରିଥିଲେ । ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଶିକ୍ଷା ପ୍ରଦାନ ବେଳେ ଯତ୍ନବାନ ହେବା ସହିତ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ବେଳେ ବେଶ ଯତ୍ନବାନ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଆଧୁନିକ ଯୁଗରେ କମ୍ପ୍ୟୁଟର ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଥିଲେ । ସେହପରି ଅନ୍ୟତମ ଅତିଥି ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ ତାଙ୍କ ବକ୍ତବ୍ୟରେ ଭବିଷ୍ୟତ ଗଠନ ପାଇଁ ଶିକ୍ଷା ଗ୍ରହଣ ପରେ ମିଳୁଥିବା ଡିଗ୍ରୀ ଓ ସାର୍ଟୀଫିକେଟର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମୁଲ୍ୟକୁ ସମ୍ମାନ ଦେଇ ସମାଜର ଚଳିବା,ଭଲ ମଣିଷ ହେବା ଏବଂ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ ।
ସମାଜର ଆଗକୁ ଗତି କରିବା ବେଳେ ଅନେକ ଜିନିଷକୁ ସମ୍ମୁଖୀନ ହେଉଛନ୍ତି । ସେଥି ମଧ୍ୟରୁ ଟ୍ରାଫିକ ନିୟମକୁ ମାନିବା ସହିତ ଏହାର ନିତି ନିୟମ ଉପରେ ଜ୍ଞାନ ଅର୍ଜନ କରିବା,ବିଭିନ୍ନ ମାଦକ ଦ୍ରବ୍ୟ ମଣିଷ ସମାଜରେ ହାନି ପହଁଚାଉଥିବା ବେଳେ ବିଶେଷକରି ଛାତ୍ର ସମାଜ ଏହା ଠାରୁ ଦୁରେଇ ରହିବା ଏବଂ ନୁଆ ନୁଆ ଗେଜେଟ ଛାତ୍ରଛାତ୍ରୀ ମାନଙ୍କୁ ଯେତିକି ପରିମାଣରେ ଜ୍ଞାନ ଯୋଗାଉଛି ତାହା ଠାରୁ ଅଧିକ କ୍ଷତି କରୁଛି । ତେଣୁ ଆଜିର ଯୁବ ପିଢି ଏହାପ୍ରତି ସର୍ତକ ହୋଇ ନିଜର ଜ୍ଞାନ ଅର୍ଜନ ପାଇଁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନର ଡାଇରେକ୍ଟର ସୁରେଶ କୁମାର ପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ କମ୍ପ୍ୟୁଟର ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରାୟ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।



