ସାବିତ୍ରୀଙ୍କ ପାଇଁ ଫଳ ବଜାରରେ ସତ୍ଯବାନଙ୍କ ଭିଡ,ଦର ଶୁଣି ସତ୍ଯବାନଙ୍କ ମୁଣ୍ଡବ୍ୟଥା।

72

ବୁଗୁଡା , ୩୦/୫/୨୨ ( ଜିଲ୍ଲା ଖବର ) : ହିନ୍ଦୁ ଧର୍ମରେ ବାରମାସରେ ତେର ପର୍ବ ପଡୁଥାଏ କିନ୍ତୁ ଏହି ପର୍ବଟି କାହିଁକି କେଜାଣି ବିବାହିତ ପୁରୁଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ ଏମିତିକି ପୂର୍ବକାଳର ସଧବା ନାରୀମାନେ ଏହି ଓଷା ପାଳନ ବଳରେ ମୃତ୍ୟୁବରଣ କରିଥିବା ସ୍ବାମୀଙ୍କୁ ଯମରାଜଙ୍କ ନିକଟରୁ ଛଡାଇ ଆଣିଥିଲେ କିନ୍ତୁ ବର୍ତ୍ତମାନ ଅର୍ଦ୍ଧାଧିକ ନାରୀ ସ୍ବାମୀଙ୍କୁ ଯମରାଜ ନିକଟକୁ ପଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି।

ନାରୀମାନେ ସ୍ଵାମୀଙ୍କ ଦୀର୍ଘଜୀବନ କାମନା ବାହାନାରେ ଯେଉଁ ପ୍ରକାରର ସ୍ତ୍ରୀ ବଜାର ସଉଦା ପାଇଁ ତାଲିକା ଟିଏ ଦିଅନ୍ତି ସେଥିରେ ମୁଣ୍ଡବ୍ୟଥା କଣ ହୃଦଘାତ ହୋଇ ଯମରାଜଙ୍କ ନିକଟକୁ ଯାଉଥାନ୍ତି। ଆଜିର ଏହି ଦୃଶ୍ୟ ଗୁଡିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ସାବିତ୍ରୀ ବଜାର । ଏଇଠି ଗ୍ରାହକଙ୍କ ମଧ୍ୟରେ ଶହେରୁ ପଞ୍ଚାନବେ କେବଳ ପୁରୁଷ ତଥା ସତ୍ୟବାନଙ୍କ ଭିଡ ଦେଖିବାକୁ ମିଳୁଛି।

ତାଲିକା ଅନୁସାରେ ତାଳ,ନଡ଼ିଆ,ଖଜୁରୀ,ପଣସ,କଦଳୀ,କାକୁଡି ଭଳି ଆହୁରି ଅନେକ କିଣିସାରିବା ପରେ ପକେଟ ଖାଲି ହୋଇଯାଇଥାଏ। ଏହି ଓଷାଟି ନାରୀମାନଙ୍କ ପ୍ରଧାନ ବ୍ରତ ହୋଇଥିବା ବେଳେ ପୁରୁଷମାନଙ୍କ ହୃଦରୋଗର କାରଣ ପାଲଟିଥାଏ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।