
ବ୍ରହ୍ମପୁର (ଜିଲ୍ଲା ଖବର) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଅଭିଯୋଗ ଶୁଣାଣି କରିଥିଲେ। ଅଭିଯୋଗ ଶୁଣାନୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଉପଖଣ୍ଡ ଅଭିଯୋଗ ଶୁଣାଣୀର ନଡାଲ ଅଫିସର ଶ୍ରୀ ବିନୋଦ କୁମାର ବେହେରା, ରାଜସ୍ୱ ଜିଲ୍ଲା ସ୍ୱାସ୍ତ୍ୟ ଅଧିକାରୀ ସମତେ ଜିଲ୍ଲା ସ୍ତର ଓ ଉପଖଣ୍ଡ ସ୍ତରୀୟ ସମସ୍ତ ପଦାଧିକାରୀ ତଥା, ତହସିଲଦାର, ବିଡିଓ ଉପସ୍ଥିତ ଥିଲେ। ମୋଟ ୧୩୦ଟି ଅଭିଯୋଗ ଶୁଣାଣି ହୋଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୦ଟି, ବିଭିନ୍ନ ଗ୍ରାମ ଭିତ୍ତିକ ସମସ୍ୟା ଅଭିଯୋଗ ୫ଟି ଏବଂ ୯୯ଟି ଅଭିଯୋଗକି ତୁରନ୍ତ ଫଇସଲା କରାଯାଇଛି। ୧୫ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧,୦୮୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ



