Friday, November 13, 2026
Home ଆଞ୍ଚଳିକ ବୟସ ୧୦୦ ଛୁଇଁଲାଣି, ତଥାପି ଚାଲିଛି ଜନସେବା । (107 year old man serving...

ବୟସ ୧୦୦ ଛୁଇଁଲାଣି, ତଥାପି ଚାଲିଛି ଜନସେବା । (107 year old man serving water in summer).

147

ରାୟଗଡା , ୨୯/୦୫/୨୨ ( ଜିଲ୍ଲା ଖବର ) : କଥାରେ ଅଛି ଜଳଦାନ ମହାପୁଣ୍ୟ , ଏହି କଥାକୁ ଠିକ୍ ଭାବରେ ବୁଝି ପାରୁଛନ୍ତି ଜଣେ ବୃଦ୍ଧା I ବୟସ ପାର ହୋଇ ଗଲାଣି ୧୦୦ ଊପରେ ହେଲେ ,

ଏବେବି ତାଙ୍କ ମନରେ ଅଛି ସାହାଯ୍ୟ କରିବାର ମନବୁର୍ତ୍ତି ଯେଊଁ ବୟସରେ ସେବା ପାଇବା କଥା ସେହି ବୟସରେ ସେ ଲୋକଙ୍କୁ ଜଳ ଦାନ କରି ସେବା କରୁଛନ୍ତି, ଏବେ ମଧ୍ୟ ରହିଛି ବୁଢା ବାପାଙ୍କ ପାଖରେ ମଣିଷ ପଣିଆ ର ମାନବିକତା।

ଆମେ କହୁଛୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ କଦମଗୁଡା ଗାଁ ର ବୃଦ୍ଧ ଚନ୍ଦନ ନାୟକ ଙ୍କ କଥା I ଏ ହେଉଛନ୍ତି ଚନ୍ଦନ ନାୟକ ବୟସ ୧୦୭ ଉପରେ ହୋଇଗଲାଣି ହେଲେ ସେ ଦୀର୍ଘ ବର୍ଷ ଧରି ଖରା ଦିନରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଠିଆରେ ରଖିଥିବା ପାଣି ଦେଇ ଲୋକଙ୍କ ତୃଷା ମେଣ୍ଟାଉଛନ୍ତି ।

ବୟସର ଅପରାହ୍ନରେ ପହଞ୍ଚି ଯାଇଥିବା ସତ୍ବେ ସେ ଏବେବି ଯାରି ରଖିଛନ୍ତି ଜଳଦାନ ସରକାର ଙ୍କୁ ଠାରୁ ପାଉଛନ୍ତି ୭୦୦ ଟଙ୍କା ଭତ୍ତା, ପୁଅ ବହୁ ଥିଲେ ବି ସେ କେବେ କାହାଠାରୁ ଦିନେ ହାତ ପତାଇ ନାହାନ୍ତି ଭାରୀ ସ୍ବାଭିମାନୀ ବୃଦ୍ଧ ଜଣକ , ଆଗରୁ ସେ ଚାଷ ବାସ କାମ କରୁଥିବା ବେଳେ ଖରାଦିନ ଆସିଲେ ରାସ୍ତା ପାର୍ଶ୍ବରେ ଥିବା ଗଛ ତଳେ ଆରମ୍ଭ କରିଦିଅନ୍ତି ଜଳଛତ୍ର ତେଣୁ ସ୍ଥାନୀୟ ଅଞ୍ଚଳରେ ସେ ଏହି ମହତ୍ତ୍ଵ କାମ ପାଇଁ ବେଶ୍ ପରିଚିତ I

ଜଙ୍ଗଲ ପାହାଡ ଭରା ଏହି ଗାଁରେ ଆଗରୁ ପିଇବା ପାଣିର ସୁବିଧା ନଥିବାରୁ ବୃଦ୍ଧ ଜଣକ ନିକଟରେ ଥିବା ଝରଣାରୁ ପାଣି ଆଣି ଲୋକଙ୍କୁ ଯୋଗାଉଥିଲେ । ଏବେ ଗାଁରେ ନଳ କୂପ ହେବାପରେ ସୁବିଧାରେ ପାନୀୟ ଜଳ ଯୋଗାଇ ପାରୁଛନ୍ତି ବୃଦ୍ଧ ଜଣକ । ବୟସ ଅଧିକ ହୋଇ ଯିବାରୁ ଭଲରେ କଥା କହି ପାରୁନଥିବା ବେଳେ ବାଡିଟିଏ ଧରି ଚଲାବୁଲା କରୁଛନ୍ତି ।

ତେଣୁ ଏହି ଗ୍ରାମବାସୀ ତାଙ୍କୁ ପାଣି ଆଣିବାରେ ସାହାଯ୍ୟ କରୁଛନ୍ତି ଓ ସେ ଆମ ଗ୍ରାମ ପାଇଁ ଗୌରବ ବୋଲି କହୁଛନ୍ତି ଗ୍ରାମବାସୀ I ଏହି ପରି ଜନସାଧାରଣ ମାନଙ୍କୁ ଖରାଦିନେ ପାଣି ଯୋଗାଇ ସାହାଯ୍ୟ କରିଥିବା ପାଇଁ ଆମ ଜିଲ୍ଲା ଖବର ତରଫରୁ ଧନ୍ୟବାଦ ଜଣାଉଛି ଏହି ବୃଦ୍ଧ ବାପାଙ୍କୁ ଓ ତାଙ୍କୁ ଜନ୍ମ ଦେଇ ଥିବା ବାପା ମାଆଙ୍କୁ।