
ଭଞ୍ଜନଗର , ୨୯/୦୫/୨୨ ( ଜିଲ୍ଲା ଖବର ) : ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ,ସଂସ୍କାରକ ଦିବାକର ପ୍ରଧାନ ଙ୍କ ସ୍ମୃତି ସଭା
ବାଉଁସଲଉଣ୍ଡି କୁର୍ମୀ ଖେତ୍ରୀୟ ସମାଜ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।


ଉକ୍ତ ସଭାରେ ଭଞ୍ଜନଗର ଓ ବାଉଁସଲଉଣ୍ଡି ଗ୍ରାମର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇଥିଲେ।ବନମାଳୀ ଲେଙ୍କାଙ୍କ ସଭାପତିତ୍ୱ ଓ ଭଞ୍ଜ କିଶୋର ପ୍ରଧାନ ସଭା ପରିଚାଳନା କରିଥିଲେ ।


ଦିବାକର ପ୍ରଧାନ ଙ୍କ କୃତିତ୍ବ ଓ ତାଙ୍କର ସେବା ମନୋଭାବ, ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରାକୁ ମନେ ପକାଇ ବହୁ ବକ୍ତା ସେମାନଙ୍କର ମତ ବ୍ୟକ୍ତ କରିଥିଲେ।


ରାଧାକୃଷ୍ଣ ପଠାଗାର ର ସଭାପତି ଦାଇତ୍ଵ ନେବାଠାରୁ ପଠାଗାର ର ଉନ୍ନତି ପାଇଁ ଶତଚେଷ୍ଟିତ ଥିଲା।ଅୟୋଜିତ ସ୍ମୃତି ସଭା ରେ ତାଙ୍କ ପରିବାରର ବହୁ ସଦସ୍ୟ ଯୋଗଦେଇ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସୋମନାଥ ନାୟକ,ରାଜେନ୍ଦ୍ର ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ,ହରେକୃଷ୍ଣ ସାହୁ,ପଦ୍ମ ପ୍ରଧାନ, ନିରଞ୍ଜନ ପ୍ରଧାନ,ପ୍ରଶାନ୍ତ ମହାନ୍ତି ,ସୁରେଶ ପଣ୍ଡା ପ୍ରମୁଖ ଯୋଗଦେବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଶିଶୁ କଣ୍ଠ ଶିଳ୍ପୀ ବବୁଲୁ ସଙ୍ଗୀତ ପରିବେଷଣ କରିଥିଲେ।



