
ବୁଗୁଡ଼ା , ୨୯/୦୫/୨୨ ( ଜିଲ୍ଲା ଖବର ) : ରାଜ୍ୟ ପାଣିପାଗ ସୁତ୍ରରୁ ଘୋଷଣା ହୋଇଥିବା କାଳ ବୈଶାଖୀର ପ୍ରଭାବ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବ୍ଯତୀତ ଅଞ୍ଚଳରେ ପ୍ରଭାବିତ ହୋଇ ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।

କ୍ଷୀପ୍ରଗତିରେ ପବନ ସାଙ୍ଗକୁ ବର୍ଷା,ଘଡଘଡି ଓ ବିଜୁଳି ମାରିବା ଫଳରେ ବୁଗୁଡ଼ା ପୋଲସରା ରାସ୍ତାର କୁଆନଳା ଗ୍ରାମର ମୋହନ ଗୌଡ ଙ୍କ ଘର
ଉପରେ ଏକ ବରଗଛ ଭାଙ୍ଗି ପଡିଯିବା ଯୋଗୁଁ ତାଙ୍କର ସ୍ତ୍ରୀର ହାତ ଭାଙ୍ଗିଯାଇଥିବା ବେଳେ ନାତୁଣୀର ମଧ୍ଯ ମୁଣ୍ ଫାଟିଯାଇଛି।

ଚଢିଆପଲ୍ଲୀ ଗ୍ରାମର ମୂଖ୍ଯରାସ୍ତାରେ ପଡିଥିବା ବେଳେ ଦମକଳବାହିନୀ ଯାଇ ଗଛକୁ ରାସ୍ତାରୁ ହଟାଇଥିଲେ।


ତା’ସହ ବୁଗୁଡ଼ା ବେତାର ସିଙ୍ଗି ରାସ୍ତାରେ ମଧ୍ଯ ଏକ ବାଦାମ ଗଛଟିଏ ଗୋଟିଏ କାର ଉପରେ ପଡି ପଛପଟର ଗ୍ଲାସ୍ ଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି ଓ ବହୁ ଟିଣ ଘରର ଟିଣ ଗୁଡିକ ମଧ୍ୟ ଉଡିଯାଇଥିଲା।

ବିଦ୍ୟୁତ ଯୋଗାଣ ବିଛିନ୍ନ ହୋଇ ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


