
ବୁଗୁଡା , ୨୮/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ଦିନକୁ ଦିନ ଛୋଟ ରୁ ବଡ ଧରଣର ଚୋରି ବୃଦ୍ଧି ପାଉଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ – ଦୀର୍ଘ ଏକମାସ ଧରି ପ୍ରତିଦିନ ବୁଗୁଡ଼ା ସହରର ପ୍ରତ୍ୟେକ ସାହି ତଥା ଗଳି କନ୍ଦିରୁ ସାଇକେଲ,ମୋଟର ସାଇକେଲ ଏବଂ ଗୃହ ମାନଙ୍କରୁ ପଶି ମଧ୍ଯ ଚୋରି ହେବା ନେଇ ଶୁଣିବାକୁ ମିଳୁଛି ।

କିନ୍ତୁ ଲୋକେ ପୋଲିସ ବିଭାଗଙ୍କ ପ୍ରତି ଆସ୍ଥାଭାଜନ ହୋଇନପାରି ଭଗବାନଙ୍କ ଉପରେ ଆସ୍ଥା ରଖି କାନ ଆଉଁସି ରହିଯାଆନ୍ତି । ଗତ ଛ’ମାସ ପୂର୍ବରୁ ସହରର ସିମାଞ୍ଚଳ ମାର୍ଗରେ ଜୈନକ ଗୃହରେ କେହି ନଥିବା ଜାଣି ଛାତ ଉପର ସାଟେଲାଇଟ ଗ୍ଲାସ୍ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଶାଢୀ ଗୁଡିକ ନେଇ କଳାକନା ବୁଲାଇ ଦେଇଥିଲା ।

ବର୍ତ୍ତମାନ ପୁଣି ଗତକାଲି ରାତ୍ରି ପ୍ରାୟ ଦଶଘଣ୍ଟା ସମୟରେ ସେହି ସାହିର କାଳିଆ (ଗୁଣିଆ) ବିଷୋୟୀଙ୍କ ପରିବାରର ସମସ୍ତେ ପଡୋଶୀଙ୍କ ସହ ବୁଗୁଡ଼ା ନିକଟସ୍ଥ ବେତାର ସିଙ୍ଗି ଗ୍ରାମକୁ ନାମଯଜ୍ଞ ଦେଖିବାକୁ ଯାଇଥିବା ଯାଣିପାରି ବାଡି ଘରର ଭେଣ୍ଟିଲେଟର୍ ଟିକୁ ଭାଙ୍ଗି ଚୋରମାନେ ଗୃହକୁ ପଶିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେହି ସମୟରେ ଗୃହ ମାଲିକ ଘରକୁ ତାଲା ଖୋଲିଲା ବେଳକୁ ଚୋରମାନେ ଜାଣିପାରି ଦୌଡ଼ି ପଳାଇ ଯାଇଥିଲେ ।


ସେହି ସମୟରେ ପଡ଼ୋଶୀ ଯୁବକମାନେ ଛାତ ଉପରକୁ ଯାଇ ବହୁତ ଖୋଜାଖୋଜି କରିଥିବା ବେଳେ ପୋଲିସ ବିଭାଗଙ୍କୁ ଖବର ଦେଇଥିଲେ। ପୋଲିସ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି କିନ୍ତୁ ଦୈବାତ୍ କୌଣସି ପ୍ରକାର କ୍ଷତି ଘଟିନଥିବା ଗୃହକର୍ତ୍ତା କହିଛନ୍ତି।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା



