Home ଆଞ୍ଚଳିକ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

136

ଆସିକା,୨୩/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ;ଆସିକା ହାଟପଦା ସ୍ଥିତ ମୁଖ୍ୟ ଡାକ ଅଫିସ ସମ୍ମୁଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଏହି କ୍ରିଡା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ ।ଏହି ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ କ୍ରିଡା ପତାକା ଉତୋଳନ କରାଯାଇଥିଲା । ଏହାପରେ କ୍ରିଡା ମଶାଲ ଧ୍ୱଜା ଛାତ୍ରୀ ମାନଙ୍କ ଦ୍ୱାରା ସହର ପରିକ୍ରମା କରାଯାଇଥିାଲ । ଏହି କ୍ରିଡା ଉତ୍ସବରେ ବିଦ୍ୟାଳୟର ପ୍ରାୟ ୩୨୮ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଦୈାଡ,ହାଇଜମ୍ପ, ଲଙ୍ଗ ଜମ୍ପ,ହଡଲି ଦୈାଡ,ମ୍ୟୁଜିକ ଚେୟାର,ଡିସକସ ଥ୍ରୋ,ଜାଭଲିଂ ଥ୍ରୋ, କବାଡି ଖେଳ ପ୍ରମୁଖ ଅନୁଷ୍ଠିତ ହୋଇଥିଲା ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଏହି କ୍ରିଡା ବିଦ୍ୟାଳୟର କ୍ରିଡା ଶିକ୍ଷୟତ୍ରୀ ଇନ୍ଧିରା ଦାଶ ପ୍ରଶିକ୍ଷିକା ଦାୟିତ୍ୱ ତୁଲାଇଥିବା ବେଳେ ଶିକ୍ଷୟତ୍ରୀ ବାଣିଶ୍ରୀ ପଣ୍ଡା,ଇନ୍ଦ୍ରାବତୀ ମିଶ୍ର,ସ୍ନେହଲତା ଆଚାର୍ଯ୍ୟ,ମିତାଞ୍ଜଳୀ ପଣ୍ଡା,ନମିତା ପାଣି,ପଦ୍ମାବତୀ ଦୋରା,ମଞ୍ଜୁଳା ସ୍ୱାଇଁ,ଇଶ୍ମିତା ପାତ୍ର, ସୁରେଶ କୁମାର ପାତ୍ର ସମେତ ବିଦ୍ୟାଳୟ କିରାଣି ବାଳକୃଷ୍ଣ ନାୟକ,ସୁଶାନ୍ତ ସାହୁ,ଅମ୍ବୁପାଣି ସାହୁ,ନୟନୀ ବେହେରା ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ ।