ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ଉ: ବିପୁଳ ପରିମାଣର କାଠପଟ୍ଟା ଜବତ ।

80

ରାୟଗଡା , ୨୮/୦୫/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଆଜି ଚଢ଼ଉ କରି ବିପୁଳ ପରିମାଣର ସାଇଜ ଏବଂ କାଠପଟ୍ଟା ଜବତ କରାଯାଇଛି ।

ଆଜି ଅପରାହ୍ନରେ ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀ ଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ ମାନେ ସ୍ଥାନୀୟ ଏକ ଇଟା ଭାଟି ପରିସରର ଏକ ଗୃହରେ ଗଚ୍ଛିତ ଥିବା ୨୦୫ ଖଣ୍ଡ ଟିକ, ପଣସ ,ଜାମୁକୋଳି ର ସାଇଜକାଠ ଜବତ କରିଥିଲେ ।

ଯାହାର ଆନୁମାନିକ ମୂଲ୍ୟ ୯୫ ହଜାର ୬୬୦ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୁଶ୍ରୀ ସେଠୀ ସୂଚନାଦେଇଛନ୍ତି ।

ଚଢ଼ଉ ବେଳେ ଘର ମାଲିକ ଏଲ ଏନ ସାହୁ ଅନୁପସ୍ଥିତ ଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଡାକି ଘଟଣା ସମ୍ପର୍କରେ ପଚରା ଉଚରା କରାଯାଉଛି ।

ଏହି ଚଢ଼ଉ ରେ ଟିକିରି ସେକ୍ସନ ର ଇନ୍ଚାର୍ଜ ଫରେଷ୍ଟର ଜିତେନ୍ଦ୍ର କୁମାର ମଲ୍ଲ, ଶଙ୍କରଡ଼ା ଫରେଷ୍ଟର ମୀନ କେତନ କୁମାର ସହିତ ଲଳିତା ବିଡ଼ିକା, ପଦନା ନାଗ, ମେନକା ନାଏକ, ଜଗତ ମୋହନ ସାହୁ, ଖଗେଶ୍ୱର ମାଝୀ, ନିରଞ୍ଜନ ସରକା ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଏହି ଚଢାଉ ବେଳେ ଟିକିରି ଥାନା ଏ. ଏସ. ଆଇ ସନ୍ତୋଷ ଶିର୍କା ସହଯୋଗ କରିଥିଲେ ।

ରାୟଗଡା ରୁ ପ୍ରସନ୍ନ କୁମାର ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।