Home ଆଞ୍ଚଳିକ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଷଷ୍ଠ ବିଂଶତମ ବାର୍ଷି ଉତ୍ସବ

ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଷଷ୍ଠ ବିଂଶତମ ବାର୍ଷି ଉତ୍ସବ

148

ଆସିକା,୨୩/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସାଂସ୍କୃତିକ ମଣ୍ଡପ ଠାରେ ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡଃ.ପ୍ରମୋଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆସିକା ତହସିଲଦାର ଆଶୁତୋଷ ଗୈାରବ କର,ମୁଖ୍ୟବକ୍ତା ଭାବେ ଗଞ୍ଜାମ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା,ସମ୍ମାନୀୟ ଅତିଥି ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ,ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଦୁର୍ଗା ପ୍ରସାଦ ରଥ,ସମ୍ମାନୀୟ ଅତିଥି ଭାବେ ଆସିକା ବିଇଓ କୃତିବାସ ବାରିକ,ବିଦ୍ୟାଳୟ ପରିଚାଳନା ପରିଷଦ ସମ୍ପାଦକ ଇ.ବସନ୍ତ କୁମାର ଷଡଙ୍ଗୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ ପ୍ରମୁଖ ଯୋଗ ଦେଇଥିଲେ ।

ବେଦ ପାଠ ମନ୍ତ୍ର ଧ୍ୱନୀ ମଧ୍ୟରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଁକାର ,ଗୁରୁ ବନ୍ଦନା ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ପରିଚାଳନା ସମ୍ପାଦକ ଇ.ବସନ୍ତ କୁମାର ଷଡଙ୍ଗୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କୁ ଛାତ୍ରଛାତ୍ରୀ ପୁଷ୍ପଗୁଛ ସହ ଉପଢୈାକନ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ ଓ ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଡଃ.ଦୁର୍ଗା ପ୍ରସାଦ ରଥ ୨୦୧୯-୨୦ ବର୍ଷର ବାର୍ଷିକ ବିବରଣି ପାଠ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀର ଭବିଷ୍ୟତ ପାଇଁ ଅଭିଭାବକ , ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମଭାବପୂର୍ଣ୍ଣ ରହିଲେ ଛାତ୍ରଛାତ୍ରୀର ଶିକ୍ଷା ଦାନ ଉଚ୍ଚକୋଟିର ହେବ ବୋଲି ସମ୍ମାନୀୟ ଅତିଥି ଡଃ. ତାରା ପ୍ରସାଦ ଦାଶ ମାର୍ଗ ଦର୍ଶନ କରିଥିଲେ ।

ସେହିଭଳି ମୁଖ୍ୟବକ୍ତା ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା ଭାରତୀୟ ଶିକ୍ଷା ପାଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅବଦାନ ସାଙ୍ଗକୁ ଆଜି ଭାରତୀୟ ଶିକ୍ଷା ପ୍ରଣାଳି ବିଶ୍ୱର ଏକ ମାନବିକତା ଯୁଗୋପଯୋଗୀ ଶିକ୍ଷାରେ ପରିଣତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏନଆରଟିଏସ, ସରକାରୀ ଛାତ୍ର ମେଧା ବୃତି, ପଠାଣି ସାମନ୍ତ ଗଣିତ ମେଧା ବୃତି, ଭାରତୀ କୃଷ୍ଣ ପ୍ରତିଭା,ପ୍ରାନ୍ତ ଅଖିଳ ଭାରତୀୟ ଜ୍ଞାନ ବିଜ୍ଞାନ ମେଳା,କ୍ଷେତ୍ର ସ୍ତରୀୟ ବିଜ୍ଞାନ ମେଳା,ଏ-ଗ୍ରେଡ କ୍ଲାସ ଟପର ୧୨ ଜଣଙ୍କୁ, ଶ୍ରେଷ୍ଠ କ୍ରିଡା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିଗବା ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସଭାଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ପରିଚାଳନା କର୍ମକର୍ତା,ଗୁରୁଜୀ ଓ ଗୁରୁମା,ଅଧ୍ୟାପକ ଓ ଅଧ୍ୟାପିକା,କର୍ମଚାରୀ ପ୍ରମୁଖ ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ ପରିଚାଳନା ପରିଷଦର ବରିଷ୍ଠ ସଭ୍ୟ ଡଃ.ବିମଳ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।