
ଶେରଗଡ଼ , ୨୬/୦୫/୨୨ ( ଜିଲ୍ଲା ଖବର ) : ଶେରଗଡ ପୋଲିସ କୁ ମିଳିଛି ବିରାଟ ସଫଳତା। ଶେରଗଡ ଥାନା କୁଲାଗଡ ପଞ୍ଚାୟତ ଅନ୍ତର୍ଗତ ବାଦଗଡ ଗ୍ରାମରୁ ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରିଛି ପୋଲିସ।


ଶେରଗଡ ଥାନାଧିକାରୀ ଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଥିଲା। ବାଦଗଡ ଗ୍ରାମର ଦୁଇ ଜଣ ଗଞ୍ଜେଇ ବେପାରୀ ଙ୍କ ଘରେ ଚଢ଼ାଉ କରାଯାଇଥିଲା।


ଏହି ଚଢ଼ାଉ ସମୟରେ ପ୍ରଦୀପ ପ୍ରଧାନ ଙ୍କ ଘରୁ ୪୦୫ kg ଓ ମୁନା ବିଷୋୟୀ ଙ୍କ ଘରୁ ୬୩୭ kg ମୋଟ ୧୦୪୩ kg ଗଞ୍ଜେଇ ଜବତ କରାଯିବା ସହ ପ୍ରଦୀପ ପ୍ରଧାନ ଙ୍କୁ ଗିରଫ କରାଯାଈ କୋର୍ଟ ଚାଲାଣ କରାଯାଇଛି।


ଆଜିର ଏହି ସାମ୍ବାଦିକ ସମ୍ମିଳନୀ ସମୟରେ ଆସିକା ଏସଡିପିଓ ଉମାଶଙ୍କର ସିଂହ, ଶେରଗଡ ଥାନାଧିକାରୀ ମନୋଜ କୁମାର ପ୍ରଧାନ,


ଏଏସଆଇ ସତ୍ୟ ଜିତ ବେଣିଆ,କୃଷ୍ଣ ଚନ୍ଦ୍ର ଦାସ, ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ସହିତ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ



