Monday, October 19, 2026
Home ଅପରାଧ ବ୍ରହ୍ମପୁର ଠାରୁ ମୋହନା, ରାୟଗଡା NH-୩୨୬ ରୋଡ ରେ ସଡକ ଦୁର୍ଘଟଣା।

ବ୍ରହ୍ମପୁର ଠାରୁ ମୋହନା, ରାୟଗଡା NH-୩୨୬ ରୋଡ ରେ ସଡକ ଦୁର୍ଘଟଣା।

88

ସାନଖେମୁଣ୍ଡି , ୨୬/୦୫/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ଠାରୁ ମୋହନା, ରାୟଗଡା କୁ ସଂଯୋଗ ହୋଇଥିବା NH-326 ରୋଡ ର ସାନଖେମୁଣ୍ଡି ବ୍ଲକ ଅନ୍ତରଗତ ଡେଙ୍ଗାଉସ୍ତା ଓ ମଳାଭଞ୍ଜା ମଧ୍ୟ ରେ ଏକ ଅକସ୍ମାତ ସଡକ ଦର୍ଘଟଣା ଘଟିଯାଇଛି।


ଆର.ଉଦୟଗିରି ଠାରୁ ଭୁବନେଶ୍ବର ଯାଉଥିବା OSRTC ବସ (OD02BT2540) ଡେଙ୍ଗାଉସ୍ତା ଓ ମଳାଭଞ୍ଜା ମଧ୍ୟ ବସ ସହ ବାଇକ ମୁହଁ ମୁହିଁ ଧକ୍କା ହୋଇ ବାଇକ ଆରୋହି ଜଣକ ଦୁର୍ଘଟଣା ସ୍ଥାନରେ ମୃତ୍ୟୁ ବରଣ କରିଛନ୍ତି।

ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର କେନାଲ ସାହି ର (ବୁଡୁପାତ୍ର) ବୟସ-୩୨ ବୋଲି ଦିଗପହଣ୍ଡି ପୋଲିସ ସୂତ୍ର ରୁ ଜଣା ପଡିଛି। ବ୍ୟକ୍ତି ଜଣକ ମୋହନା ରେ ହୋଟେଲ କରି ବ୍ୟବସାୟ କରୁଥିର ସୂଚନା ମିଳିଛି।

ସେହି ବ୍ୟକ୍ତି ଜଣକ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ସମୟ ରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ଘଟଣା ସ୍ଥଳକୁ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତି ରଞ୍ଜନ ବେହେରା ପହଞ୍ଚି ଉକ୍ତ ବ୍ୟକ୍ତି କୁ ବ୍ରହ୍ମପୁର MKCG ମେଡିକାଲ କୁ ସବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।