
ଭଞ୍ଜନଗର , ୨୬/୦୫/୨୨ ( ଜିଲ୍ଲା ଖବର ) : ଘୁମୁସର ଅଞ୍ଚଳ ଅଭିଭକ୍ତ ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ ଓ କନ୍ଧମାଳ ଜିଲ୍ଲାରେ ବସତିସ୍ଥାପନ କରିଆସୁଥିବା କେହି ଆବାହନ କାଳରୁ ଦେଶୀ ଗାଈ ଆମ ମାନବ ସମାଜର ଅର୍ଥନୈତିକ, ସଂIସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାରୀ ହୋଇ ଆସୁଅଛି I ଏହି ଦେଶୀ ଗାଈ ଯେ କୌଣଷି ଜଳବାୟୁରେ ଖାପ ଖୁଆଈଲାପରୀ , ଅଧିକ ପରିଶ୍ରମୀ, ଗୋକୁଳ ମିଶନ ତରଫରୁ ଏହାର ସଂରକ୍ଷଣ ଓ ବିକାଶ ନିମିତ ଅର୍ଥ ବରାଦ କରାଯିବ । ଗୟାଗଣ୍ଡା ଗ୍ରାମ ଠାରେ ଆୟୋଜିତ ଏକ କର୍ମଶାଳାରେ ଅନେକ ଚାଷୀ ଭାଇ ଯୋଗଦେଇ ଥିଲେ।



ଜୈବ-ବିଭିଦତ୍ତାର ଅବକ୍ଷୟ ଓ ଜଳବାୟୁ ପରିବର୍ତନର ମୁଖ୍ୟକାରଣ ବୋଲି ଆୟୋଜିତ କର୍ମଶାଳରେ ହଜାରରୁ ଅଧିକ ଗୋପାଳକ, ଚାଷୀ ଓ ପଶୁପାଳନ ମାନଙ୍କୁ ନେଇ ଗଠିତ ଆୟୋଜନକାରୀ ଘୁମୁସରୀ ଗୋ ପ୍ରଜନନ ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ଥିଲେ।


ଡ॰ ନିହାର ରଞ୍ଜନସାମନ୍ତରୟ ଯୋଗଦେଇ ପଶୁଙ୍କୁ ବିଭିନ୍ନ ରୋଗ ଦାଊରୁ ରକ୍ଷା କରିବା, ବିଭାଗୀୟ ସହାୟତା ଉପରେ ଡ଼॰ ବିଜୋୟିନୀ ପଣ୍ଡା , ଭିଏସ କହିଥିଲେ, ବନ ବିଭାଗ ତରଫେ ଘୁମୁସର ଉତର ବନଖଣ୍ଡି ବିଭାଗରୁ କାହ୍ନୁଚରଣସାହୁ, ଏସଏମଏସ ଯୋଗଦେଇ ବନସୁରକ୍ଷାସମିତି ମାଧ୍ୟମରେ ଗୋପାଳଙ୍କ ହିତ ଯୋଜନ ଉପରେ ମତ ରଖିଥିଲେ ।


କୃଷି ବିଭାଗରୁ ତପନ କୁମାର ବେହେରା ଧାଡି ବୁହା ବୁଣା, କୃଷିଯନ୍ତ୍ରପାତି, ଫସଲ ବୀମା ଯୋଜନା ଉପରେ ମତ ଦେଇଥିଲେ, ବିନୋଦ କୁମାର ଜେନା , ସରପଞ୍ଚ, ରୂଢପଦର, ଯୋଗେଶ୍ଵର ବେହେରା, ତାରଶିଙ୍ଗୀ ସରପଞ୍ଚ, ଗାଯଗଣ୍ଡI ସରପଞ୍ଚ ପ୍ରତିନିଧି ରଙ୍କନିଧି ପାତ୍ର, ପ୍ରଧାନଶିକ୍ଷକ , ଦୁଲରମାଝି, ବିପ୍ର ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I


