Home ଆଞ୍ଚଳିକ ଶିଶୁ ବିକାଶ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ।

ଶିଶୁ ବିକାଶ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ।

49

ଖଲ୍ଲିକୋଟ (ଜିଲ୍ଲା, ଖବର ) : ଖଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରର ଦ୍ବିତୀୟତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗଦୀଶ ପଟ୍ଟନାୟକ (ଶିଶୁ ବିକାଶ,)ନୂଆ ଦିଲ୍ଲୀ, ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ,ମୂଖ୍ୟ ବକ୍ତା ଭାବରେ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,(ସଂପାଦକ,ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା) ଯୋଗ ଦେଇଥିଲେ । ସମ୍ନାନୀୟ ଅତିଥି ଭାବରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ସିଆରସିସି ଜଗନ୍ନାଥ ସାମନ୍ତରା,ଶିକ୍ଷାବିଦ ରମେଶ ଚନ୍ଦ୍ର ପାଳ, ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସୁଦର୍ଶନ ପାତ୍ର, ଦୁର୍ଗା ପ୍ରସାଦ, ଶଙ୍କର ସାହୁ , ସିଆରସିସି ପ୍ରଦୀପ ତ୍ରିପାଠୀ, ଅଜୟ ପାଣିଗ୍ରାହୀ ଓ ତେନ୍ତୁଳିଆପଲୀ ସରପଞ୍ଚ ସିଲୁ ସ୍ବାଇଁ ଯୋଗ ଦେଇଥିଲେ । ଅନୁଷ୍ଠାନର ଗୁରୁଜୀ, ଗୁରୁମା ମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଭାଗିରଥି ସ୍ବାଇଁ ସଭାପତିତ୍ବ କରିଥିଲେ ଓ ସମ୍ପାଦକ ରୋହିତ ସ୍ବାଇଁ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାହ୍ନା ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ପୁରଷ୍କାର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାଵିକା ,ଛାତ୍ରଛାତ୍ରୀ ଓ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।