
ବିଷମକଟକ , ୨୬/୦୫/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲାରେ ଘଟୁଥିବା ବେଆଇନ ମଦ ଚାଲାଣ, ବାଲି ଚାଲାଣ ଜିଲ୍ଲା ର ଅନ୍ତୋବାସୀ ବିଦ୍ୟାର୍ଥୀ ଙ୍କ ପ୍ରତି ଶିକ୍ଷକ ଙ୍କ ଅଶୋଦାଚାରଣ, ସ୍ୱଳ୍ପ ଡାକ୍ତର ରେ ଚାଲୁଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିନା ଟେଣ୍ଡର ରେ କାମ ବାଣ୍ଟୁଥିବା ପୂର୍ତ୍ତ ବିଭାଗ, ପାନୀୟ ଜଳ ଭି ଠିକ ଭାବେ ପହଞ୍ଚାଇ ପାରୁନଥିବା ଜନ ସ୍ୱାସ୍ଥ୍ୟ ବିଭାଗ ଉପରେ ଉଦାର ମନୋଭାବ ରଖି ମଧ୍ୟ ରାଜ୍ୟସ୍ତର ରେ ପୁରସ୍କାର ଜିତି ପାରୁଥିବା ରାୟଗଡା ଜିଲ୍ଲାପାଳ ଙ୍କ ମନମୁଖୀ ଆଚରଣ ର ଶିକାର ହେଇଛନ୍ତି ରାୟଗଡା ଜିଲ୍ଲା ର ବରିଷ୍ଟ ସାମ୍ବାଦିକ l

ଜିଲ୍ଲା ର ସର୍ବୋଚ୍ଚ ପଦବୀ ଏବଂ ଦାୟିତ୍ବ ରେ ରହିଥିବା ଶ୍ରୀ ସରୋଜ ମିଶ୍ର ନିଜ ଦାୟିତ୍ବଧୀନ ବିଭିନ୍ନ ବିଭାଗ ରେ ହେଉଥିବା ଦୁର୍ନୀତି, ଅନ୍ୟମିତିତା ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇ ନପାରି ଓଲଟା ଏହି ଅନିୟମିତତା ଏବଂ ବେଆଇନ କାରବାର ବିଷୟରେ ସାଧାରଣ ରେ ଉଠୁଥିବା ପ୍ରଶ୍ନ ର ସାମ୍ନା କରିବାର ସାହସ ନଥିବାଯୋଗୁଁ ସେ ସାମ୍ବାଦିକ ମାନଙ୍କୁ ପୂର୍ବରୁ ମଧ୍ୟ ହତାଦର କରି ଆସୁଥିଲେ ।

ଶେଷ ରେ ଆଜି ଶ୍ରୀ ସରୋଜ ମିଶ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଏକ ବୈଠକ ସମୟ ରେ ମଧ୍ୟ ସୂଚନା ସଂଗ୍ରହ କରିବାକୁ ଯାଇଥିବା ବରିଷ୍ଟ ସାମ୍ବାଦିକ ମାନଙ୍କୁ ବୈଠକ କକ୍ଷ ରୁ ବାହାରିଯିବା ପାଇଁ କହିଥିଲେ l ଉକ୍ତ ବୈଠକ ଟି ରେ ଯଦି ଜନ ସାଧାରଣ ଙ୍କ ପାଇଁ ସୁଚିନ୍ତା ଏବଂ ଉନ୍ନତି ବିଷୟ ରେ ହି ଆଲୋଚନା ହେବାରଥିଲା ତାହେଲେ ସାମ୍ବାଦିକ ମାନଙ୍କୁ କଣ ପାଇଁ ବାହାରକୁ ଯିବା ପାଇଁ କହିଥିଲେ ବଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଇଚି l

ଏହାଚଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଅଧୀନ ରେ ଚାଲୁଥିବା ବୈଠକ ରେ ଯୋଗ ଦେବାକୁ ଆସିଥିବା ରାଜ୍ୟ ସଭା ସାଂସଦ ଏନ. ଭାସ୍କର ରାଓ, ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲକା, ଅନ୍ୟ ଜିଲ୍ଲା ପରିଷଦ ସଭ୍ୟ ଏବଂ ଜିଲ୍ଲା ର ବିଭିନ୍ନ ବିଭାଗ ର ବରିଷ୍ଠ କର୍ମଚାରୀ ଙ୍କୁ ଯଦି କିଛି ବି ଅସୁବିଧା ହେଉନଥିଲା ତାହେଲେ କେବଳ ଜିଲ୍ଲାପାଳ ଏପରି କଣ ଆଲୋଚନା କରିବାକୁ ଚାହୁଁଥିଲେ ଯାହା କି ଲୋକଲୋଚନ କୁ ଆସିବା ଠିକ ହେଇ ନଥାନ୍ତା ତାହା ମଧ୍ୟ ଜନ ସାଧାରଣ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l

ଯାହା ବି ହେଉ ବାରମ୍ବାର ଏପରି ଜିଲ୍ଲାପାଳ ଙ୍କ ଦ୍ୱାରା ହେୟଜ୍ଞାନ ସହ୍ୟ କରିନପରି ଶେଷ ରେ ଜିଲ୍ଲାର ସାମ୍ବାଦିକ ମାନେ ବୈଠକ ଗୃହ ବାହାରେ ଶ୍ୟାନ୍ତିପୂର୍ଣ ଭାବେ କ୍ଷୋଭ ପ୍ରକାଶ କରିଥିଲେ l ବୈଠକ ରେ ଯୋଗଦାନ କରିବାକୁ ଆସିଥିବା ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ, ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲକା ଆସି ସାମ୍ବାଦିକ ମାନଙ୍କୁ ବୁଝେଇବା ପରେ ବିକ୍ଷୋଭ ପ୍ରଦର୍ଶନ ବନ୍ଦ ହେଇଥିଲେ,ମଧ୍ୟ ଜିଲ୍ଲାପାଳ ନିଜେ ଆସି ସାମ୍ବାଦିକ ମାନଙ୍କୁ କିଛି ବି ବୁଝେଇପାରି ନଥିଲେ ।

ଆଶା କରାଯାଉଛି ଆଗାମୀ ଦିନରେ ଜିଲ୍ଲାପାଳ ଏଭଳି ବିକୃତିପୂର୍ଣ ମନୋଭାବ ରୁ ଓହରି V6 ଜିଲ୍ଲା ବିକାଶ ଉପରେ ଧ୍ୟାନ ଦେବା ସହ ସାମ୍ବାଦିକ ମାନଙ୍କୁ ମଧ୍ୟ ସଠିକ ସମ୍ମାନ ଦେବେ l ଏବଂ ଜିଲ୍ଲା ପାଲ ଯଦି ସମସ୍ତ ଜନ ସାଧାରଣ ଙ୍କ ଆଗରେ ଜିଲ୍ଲା ସାମ୍ବାଦିକ ଭାଇ ମାନଙ୍କୁ ହାତ ଧରି କ୍ଷମା ମାଗନ୍ତୁ ଏବଂ ରାୟଗଡା ଜିଲ୍ଲା ରୁ ଶିଘ୍ର ବଦଳି କରାଯାଉ ଯଦି ଏପରି କରାନଗଲେ ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ଧାରଣା ରେ ବସିବୁ। ଏହି ଜିଲ୍ଲା ପାଳ ରାଜନୈତିକ ନେତା ମାନଙ୍କ ପୋଷା ଚଢେଇ ପରି କାର୍ଯ୍ୟ କରୁଛନ୍ତି।
ରାୟଗଡାରୁ ପ୍ରସନ୍ନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


