Monday, November 16, 2026
Home ଆଞ୍ଚଳିକ ଶେରଗଡ ପଞ୍ଚାୟତ ସମିତିର ପ୍ରଥମ ବୈଠକ।

ଶେରଗଡ ପଞ୍ଚାୟତ ସମିତିର ପ୍ରଥମ ବୈଠକ।

152

ଶେରଗଡ଼ , ୨୫/୦୫/୨୨ ( ଜିଲ୍ଲା ଖବର ) : ଶେରଗଡ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଈଯାଈଛି। ଏହି ବୈଠକରେ ପୂର୍ବ ବୈଠକର ନିର୍ଦ୍ଧାରଣ କୁ ପଠନ ଓ ଦୃଢୀକରଣ କରାଯାଇଥିଲା। ବିଡ଼ିଓ ଶମ୍ଭୁନାଥ ନନ୍ଦୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ବୈଠକରେ ମୂଖ୍ୟତଃ ସ୍ଥାନୀୟ ସମସ୍ୟା ଯଥା ପାନୀୟ ଜଳଯୋଗାଣ, କୃଷି, ଆନୁଷଙ୍ଗିକ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଉପରେ ଫୋକସ କରାଯିବା ସହ ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ନିଆଯାଈଥିଲା।

ଏହି ବୈଠକରେ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ, ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ୩ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଏଥିରେ ମେଡିକାଲର କୌଣସି ପ୍ରତିନିଧି ଉପସ୍ଥିତ ନାଥଲେ l

ଆଗକୁ ବର୍ଷା ଦିନ ଆସିବାରୁ ଶେରଗଡ଼ର ବିଗତ ବର୍ଷ ଯେପରି ଜନସାଧାରଣ ଅସୁବିଧା ନ ହୁଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଧ୍ୟାନ ଦେବାକୁ କହିଛନ୍ତି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।