
ହିଞ୍ଜିଳି କାଟୁ , ୨୫/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଳକ କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠିଙ୍କ ସଭାପତିତ୍ବରେ ଏବଂ ବିଡ଼ିଓ ଶ୍ରୀ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୯ ଘଣ୍ଟିକା ସମୟରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଓ ସରକାରୀ ଯୋଜନା ସମ୍ବନ୍ଧୀୟ କର୍ମସାଳା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସମସ୍ତ ଜିଲ୍ଲା ପରିଷଦ , ହିଂଜିଲି ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ଏବଂ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ପାନୀୟଜଳ , ପରିମଳ ଓ ରାସ୍ତା ଅଲୋକୀକରନ କରିବା, ଜଳ ଓ ପରିମଳ ବ୍ୟବସ୍ଥାରେ ସ୍ବଛ ପରିବେଶ ସୃଷ୍ଟି କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ ।ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଜନ ସାଧାରଣକୁ ବିଶୁଦ୍ଧ ପାନୀୟ ଜଳ ଓ ଏକ ସୁଚିନ୍ତିତ ପରିମଳ ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ ।

ପଞ୍ଚାୟତ ତରଫରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ଆଲୋଚନା ହୋଇଥିଲା।ସମସ୍ତ ପଂଚାୟତ ପ୍ରତିନିଧି ମାନେ ନିଜ ଅଞ୍ଚଳର ସୁବିଧା ଅସୁବିଧା ମତାମତ ରଖିଥିଲେ।ସଭା ଶେଷରେ ବିଡ଼ିଓ ଶ୍ରୀ ଜେନା କହିଥିଲେ ।

ହିଂଜିଲିକାଟୁ କୁ ରାଜ୍ୟର ଶ୍ରେଷ୍ଠ ପଞ୍ଚାୟତ ସମିତି ରୂପେ ଗଢ଼ି ତୋଳିବା ପାଇଁ ଜନ ପ୍ରତିନିଧିଙ୍କୁ ଯତ୍ନବାନ ହୋଇ କାମ କରିବା ପାଇଁ ଅନୁରୋଧ କରିବା ସହ ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିକାଶ ସମ୍ଭବ ବୋଲି କହିଥିଲେ।


