
ବୁଗୁଡା , ୨୫/୦୫/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା’ ଠାକୁରାଣୀଙ୍କ ଯାତ୍ରା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗ୍ରାମର ବଡଦାଣ୍ଡ ତଥା ଯାତ୍ରା ପଡିଆରେ ସାସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭିଷ୍ମଗିରୀ ଏବଂ ଧାନଘର ଗ୍ରାମର ଦୁଇଟି ଦଳ ‘ମହାଭାରତ’ ନାଟକ ପରିବେଷଣ ହୋଇଥିଲା।


ବିଶ୍ବ ମହାମାରୀର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସରକାରଙ୍କ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ପ୍ରତ୍ୟେକ ଯାନିଯାତ୍ରା ବନ୍ଦ ରହିଥିବା ବେଳେ ଏହିବର୍ଷ ରାଜ୍ୟର ସମସ୍ତ ଧର୍ମାବଲମ୍ବୀମାନେ ଆଶ୍ବସ୍ତି ହୋଇ ଯାନିଯାତ୍ରାର ମଜା ନେଉଥିବା ଲକ୍ଷ୍ୟ କରାଯାଇଛି।


ସର୍ବପ୍ରଥମେ ମା’ଠାକୁରାଣୀଙ୍କୁ ନୀତି ନିୟମ ଅନୁଯାୟୀ ପୂଜାପାଠ ସହ ହୋମକାର୍ଯ୍ୟ ସମାପନ କରି ପାଛୋଟି ଆଣି ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରାଯାଇଥିଲା।


ଏହି ଅବସରରେ ସମସ୍ତ ଗୃହର ମୂଖ୍ୟଦ୍ଵାରରେ ପୁର୍ଣ୍ଣକୁମ୍ଭ ବସାଇବା ସହ ଭୋଗ ଲାଗି କରାଇଥିଲେ। ତା’ପରେ ମା’ଠାକୁରାଣୀଙ୍କୁ ବଡଦାଣ୍ଡ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିରାଜମାନ କରାଇଥିଲେ। ଅପରାହ୍ନରେ କଙ୍କୋରଡା ଗ୍ରାମର ଲୋକନୃତ୍ୟ ଭାରତ ଲୀଳା ପରିବେଷଣ ହୋଇଥିଲା।

ଏହି ଯାତ୍ରାକୁ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗ୍ରାମ ଉନ୍ନୟନ ପରିଷଦର ସଭାପତି ମନୋଜ କୁମାର ସାହୁ,ଉପଦେଷ୍ଟା ତଥା ଉପସଭାପତି ରାମକୃଷ୍ଣ ସାହୁ,


ପ୍ରଶାନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ଧନେଶ୍ଵର ସାହୁ ପ୍ରମୁଖ କମିଟି ସଦସ୍ୟମାନେ ସୁପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାକୁ ସ୍ଥାନୀୟ ପୋଲିସ ବିଭାଗ କଡା ନଜର ରଖିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।


